ବିଳମ୍ବିତ ରାତିରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ସୁବର୍ଣ୍ଣମଞ୍ଜରୀପୁର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାରରେ ହଠାତ୍ ହୁତୁହୁତୁ ହୋଇ ଜଳିଉଠିଥିଲା। ଚାଳକ ଉପସ୍ଥିତ ବୁଦ୍ଧିଯୋଗୁଁ କାଳବିଳମ୍ବ ନକରି ଗାଡି ଛାଡି ବାହାରକୁ ପଳାଇଆସିଥିଲା। କାରଟି ସଂପୂର୍ଣ୍ଣ ଜଳିଯାଇଛି। ଏ ନେଇ କାର ଚଲାଉଥିବା ବ୍ୟକ୍ତି ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଥାନାର ମୋହନପୁର ଗ୍ରାମର ଦିନବନ୍ଧୁ ମିଶ୍ର(୪୮) ଘରକୁ ଫେରୁଥିଲାବେଳେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ସୁବର୍ଣ୍ଣମଞ୍ଜରୀପୁର ଗାଁ ନିକଟରେ କାରଟି ନିଆଁଲାଗି ଜଳିବାକୁ ଆରମ୍ଭ କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.