ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ, ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଉତ୍ତେଜନା

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ସହ ନ୍ୟାୟ ପ୍ରଦାନ ଦାବିରେ ଛାତ୍ରଛାତ୍ରୀମାନେ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

gpkandhamal

ମିଳିଥିବା ସୂଚନା ଅନୁଯାୟୀ ଆଜି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜର ଜଣେ ହାଉସ ସର୍ଜନ ଛାତ୍ରଙ୍କୁ କେହି ଅଜଣା ଦୁର୍ବୁତ୍ତ ଆକ୍ରମଣ କରିଥିଲା। କଲେଜ ନିକଟରେ କେହି ଜଣେ ଦୁର୍ବୁତ୍ତ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜର ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଛାତ୍ରଜଣଙ୍କ ଗୁରୁତର ହୋଇଥିବା ଜଣାପଡ଼ିଛି।

Umasankar Adv

ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିବା ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜର ବହୁ ଛାତ୍ରଛାତ୍ରୀ ପହଞ୍ଚି ଦୁର୍ବୁତ୍ତଙ୍କୁ ଗିରଫ ଦାବି କରିଥିଲେ। ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବାରୁ ସେମାନେ ଦୋଷୀଙ୍କୁ ଦଣ୍ଡ ଓ ପିଡ଼ୀତ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ କରିଥିଲେ। ହସ୍ପିଟାଲ ଫାଟକରେ ତାଲା ପକାଇଲେ ମେଡ଼ିକାଲ ଛାତ୍ର। କ୍ୟାମ୍ପସ ଭିତରକୁ କାହାରିକୁ ମଧ୍ୟ ଛାଡ଼ିନ ଥିଲେ। ଗୁରୁତର ରୋଗୀଙ୍କୁ ନେଇ ମେଡ଼ିକାଲ ଆସିଥିବା ଆମ୍ବୁଲାନ୍ସ ମଧ୍ୟ ଭିତରକୁ ତ୍ୟକ୍ତ ଡାକ୍ତରୀ ଛାତ୍ର ଛାଡ଼ିନଥିଲେ। ଆକ୍ରମଣରେ ଗୁରୁତର ଛାତ୍ର ଆଇସିୟୁରେ ଭର୍ତ୍ତି ସୂଚନା ମିଳିଛି।

Leave A Reply

Your email address will not be published.