ପଦ୍ମପୁର ନୂଆ ଅତିରିକ୍ତ ଜିଲାପାଳ ହେଲେ ଚଭନ କୁନାଲ ମୋତିରାମ

ଭୁବନେଶ୍ବର: ବରଗଡ଼ ଜିଲା ପଦ୍ମପୁର ଲାଗି ନୂଆ ଅତିରିକ୍ତ ଜିଲାପାଳ ପଦବୀକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଜି ପଦ୍ମପୁର ଲାଗି ନୂଆ ଅତିରିକ୍ତ ଜିଲାପାଳ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ପାଇଁ ନୂଆ ଅତିରିକ୍ତ ଜିଲାପାଳ ପଦବୀକୁ ମଞ୍ଜୁରୀ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲାପାଳ (ଏଡିଏମ) ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଚଭନ କୁନାଲ ମୋତିରାମ ବାଲେଶ୍ବର ଜିଲାର ଉପଜିଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲାପାଳ(ଏଡିଏମ) ଭାବେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.