ଫୁଲବାଣୀରେ ପ୍ରାଣୀ ଚିକିତ୍ସକଙ୍କ ଧାରଣାକୁ ସମର୍ଥନ କଲା କନ୍ଧମାଳ ପିପୁଲସ୍ ଫୋରମ୍ ( କେ. ପି. ଏଫ୍ )

ଫୁଲବାଣୀ – ଆଜିକୁ ୧୦ ଦିନ ହେବ ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଧାରଣା ରେ ବସିଥିବାରୁ ପ୍ରାଣୀ ପାଳକ ମାନେ ନାହିଁ ନଥ‌ିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସା ଅଭାବରୁ ଗାଈ, ଗୋରୁ, ମେଣ୍ଢା, ଛେଳି, କୁକୁଡା, କୁକୁର ଆଦି କେତକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କ ଧାରଣା ଆଜିକୁ ଦଶ ଦିନରେ ପହଞ୍ଚିଛି । ତେବେ ସରକାର ଏଯାଏଁ ସେମାନଙ୍କ ଦାବୀ ପୂରଣ କରୁନଥ‌ିବା ସଂଘ ସଭାପତି ଡା. ଆଶିଷ ଦୋରା ସାଧାରଣ ସମ୍ପାଦକ ଡା. ନିହାର ମିଶ୍ର, ଓ ଜିଲା ସଂଯୋଜକ ଡା. ରଞ୍ଜିତ ସାମନ୍ତସିଂହାର ପ୍ରମୂଖ ସାମ୍ବାଦିକ ଙ୍କୁ କହିଛନ୍ତି |ସେମାନଙ୍କ ଦାବୀ ମଧ୍ଯରେ ଚାକିରି କ୍ଷେତ୍ର ରେ ପଦଜ୍ୟୋତି ସୁବିଧା, ଖାଲି ଥିବା ଡାକ୍ତର୍ ପଦବୀ ଓ କର୍ମଚାରୀ ପଦବୀ ପୂରଣ, ସହ ପ୍ରାଣୀ ପାଳକ ମାନଙ୍କୁ ଦିବା ରାତ୍ର ସେବା ପ୍ରଦାନ, ନିଶୁଳ୍କ ସେବା ସୁବିଧା, ରେଫରାଲ ସୁବିଧା ସହ ଦ୍ବାର ଦେଶ ରେ ସେବା ପ୍ରଦାନ କରିବା ଦାବୀ ଅନ୍ତର୍ଭୁକ୍ତ |ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ଦିଗରେ ସହୃଦୟତାର ସହିତ ବିଚାର କରିବା ପାଇଁ ସଂଘ ସଭାପତି ଡା ଆଶିଷ ଦୋରା, ସମ୍ପାଦକ ଡା ନିହାର ମିଶ୍ର କହିଛନ୍ତି। ରାଜ୍ୟରେ ଆନ୍ଦୋଳନ ଜାରି ରଖୁଥ‌ିବା ପ୍ରାଣୀ ଚିକିତ୍ସକ ମାନଙ୍କ ଦାବୀ ଯଥାର୍ଥ ଓ କେ ପି ଏଫ୍ ( କନ୍ଧମାଳ ପିପୁଲସ୍ ଫୋରମ୍ ) ଏହାକୁ ସମର୍ଥନ କରୁଛି ଏଣୁ ସରକାର ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କ ଦାବୀ ପୂରଣ କରିବା ଆବଶ୍ୟକ ବୋଲି କନ୍ଧମାଳ ପିପୁଲ୍ସ ଫରୋମ ଅଧ୍ୟକ୍ଷ ତଥା ସମାଜସେବୀ ରାଧାମୋହନ ମହାପାତ୍ର କହିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବଗୁଡିକୁ ପୂରଣ ନକରିଛନ୍ତି ସେତେଦିନ ପର୍ଯ୍ୟନ୍ତ କନ୍ଧମାଳ ପିପୁଲସ୍ ଫୋରମ୍ ସେମାନଙ୍କ ସହିତ ରହି ସେମାନଙ୍କୁ ସମର୍ଥନ କରିବ ବୋଲି ସଭାପତି ରାଧାମୋହନ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.