ରାଜଧାନୀରେ ନରବଳି ଚର୍ଚ୍ଚା: ଘରୁ ମିଳିଲା ହୋମବେଦି ଓ ପୂଜା ସାମଗ୍ରୀ

ଭୁବନେଶ୍ବର: ରାଜଧାନୀରେ ନରବଳି। ପୁଣି ଜଣେ ତାନ୍ତ୍ରିକ ଯୁବତୀ ବଳି ଦେଇଛି। ଆଜି ବଡ଼ଗଡ଼ ଥାନା ବ୍ରହ୍ମେଶ୍ବରପାଟଣା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ କରିଛି ଏବଂ ଗୋଟିଏ ଘରୁ ହୋମବେଦି ଓ କିଛି ପୂଜା ଉପକରଣ ଜବତ କରିଛି। ପୁଲିସ ତାନ୍ତ୍ରିକକୁ ଧରି ଅଧିକ ଖୋଳତାଡ଼ କରୁଛି ଏବଂ ନରବଳି ସଂକ୍ରାନ୍ତୀୟ କୌଣସି ସୁରାକ ପାଇନଥିବା ସୂଚନା ଦେଇଛି। ଭଡ଼ାଘର ଛାଡ଼ିବାକୁ ନେଇ ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଏଭଳି ଅଭିଯୋଗ ହୋଇଛି ବୋଲି ପୁଲିସ ସୂଚନା ଦେଇଛି। ଏନେଇ ଉଭୟ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.