ତହସିଲଦାରଙ୍କ ଉଦ୍ୟମରେ ଜବର ଦଖଲ ଉଚ୍ଛେଦ

ଫୁଲବାଣୀ -ଫୁଲବାଣୀ ସହର ର ଡି ଆର୍ ଡି ଏ ଛକ ମୂଖ୍ୟ ରାସ୍ତା କଡ଼ରେ ଦିର୍ଘ ବର୍ଷ ଧରି ଜବରଦଖଲ କରି ଦୋକାନ କରିବା ସହ ଅନ୍ୟକୁ ଭଡ଼ା ଦେଇ ବ୍ୟବସାୟ କରି ଆସୁଥ‌ିବା ଦୋକାନ ଘର ସବୁ ପ୍ରଶାସନ ପକ୍ଷରୁ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ବଲିଷ୍ଠ ପଦକ୍ଷେପ ଯୋଗୁଁ ଉଛେଦ ସମ୍ଭବ ହୋଇପାରିଛି । ପୂର୍ବରୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ ହୋଈ ଆସୁଥୁଲେ ମଧ୍ଯ ତାଙ୍କୁ କେହି ହଟାଉ ନଥିଲେ I ଏବେ ସମ୍ପୂକୁ ସ୍ଥାନରେ ସରକାରୀ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କରାଯିବ ବୋଲି କୁହାଯାଇଛି । ଉକ୍ତ ବ୍ୟବସାୟୀ ଙ୍କୁ ପୁର୍ବରୁ ବ୍ୟବସାୟ କରିବା ପାଇଁ ମ୍ୟୁନିସପାଲିଟି ପକ୍ଷରୁ ଦୋକାନ ଗୃହ ଦିଆ ଯାଇଥିଲେ ମଧ୍ୟ ସେ ତାକୁ ଅଧିକ ଦାମ୍ ରେ ଭଡ଼ା ରେ ଲଗାଇ ସମ୍ମୁଖ ରେ ସରକାରୀ ଯାଗା ମାଡିବସି ଥିଲେ I ବର୍ତ୍ତମାନ ର ମହିଳା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ଏଭଳି ପଦକ୍ଷେପକୁ ସଧାରଣ ରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.