ପୁଲିସ ଗୁଳିରେ ୨ ଫେରାର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପୁଲିସର ଏନକାଉଣ୍ଟର। ପୁଲିସ ଗୁଳିରେ ୨ ଫେରାର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗୁରୁତର। ପୁଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇଛନ୍ତି ବେଲପାହାଡ଼ର  ୨ ଅଭିଯୁକ୍ତ ଶେଖ୍ ଆଶିଷ(୨୨) ଓ ଅଭିଷେକ ବାରିକ(୩୦)। ଏହି ଘଟଣାରେ ଉଭୟ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗୁରୁବାର ରାତିରେ ବେଲପାହାଡ ଥାନା ଅଂଚଳର ଜଣେ ନାବାଳିକା(୧୫)ଙ୍କୁ ୨ ଜଣ ଅଭିଯୁକ୍ତ ଘର ପାଖରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଗତକାଲି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦ୍ଵୟକୁ ଗିରଫ କରିବା ସହ ଡାକ୍ତରୀ ମାଇନା କରିଥିଲା। ଗତକାଲି ରାତି ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ନଥିବା ବେଳେ ଆଜି ସକାଳ ୭ଟାରେ ବେଲପାହାଡ଼ ପୁଲିସ ସେମାନଙ୍କୁ ନେଇ କୋର୍ଟକୁ ଆସୁଥିଲା। ଗୁରୁବାର ରାତିରେ ବେଲପାହାଡ ଥାନା ଅଂଚଳର ଜଣେ ନାବାଳିକା(୧୫)ଙ୍କୁ ୨ ଜଣ ଅଭିଯୁକ୍ତ ଘର ପାଖରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଗତକାଲି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦ୍ଵୟକୁ ଗିରଫ କରିବା ସହ ଡାକ୍ତରୀ ମାଇନା କରିଥିଲା। ଗତକାଲି ରାତି ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ନଥିବା ବେଳେ ଆଜି ସକାଳ ୭ଟାରେ ବେଲପାହାଡ଼ ପୁଲିସ ସେମାନଙ୍କୁ ନେଇ କୋର୍ଟକୁ ଆସୁଥିଲା। ବେଲପାହାଡ ଥାନା ଆମଦରହ୍ ଜଙ୍ଗଲ ନିକଟରେ ଅଭିଯୁକ୍ତ ସେଖ ଆଶିଷ ବାନ୍ତି କରିବାର ନାଟକ କରିଥିଲା। ପୁଲିସ ଗାଡ଼ି ଅଟକିବା ପରେ ଉଭୟ ଅଭିଯୁକ୍ତ ପୁଲିସକୁ ଧକ୍କା ଦେବା ସହ କାର୍ଯ୍ୟରତ ଏସଆଇ ଚିତ୍ତରଞ୍ଜନ ମହାନନ୍ଦିଆଙ୍କ ପିସ୍ତଲ ଛଡାଇ ଜଙ୍ଗଲ ଭିତରକୁ ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ଛଡାଇଥିବା ପୁଲିସ ବନ୍ଧୁକରୁ ସେମାନେ ୬ ରାଉଣ୍ଡ ଗୁଳି ମାଡ କରିଥିଲେ।  ବେଲପାହାଡ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ସେମାନଙ୍କୁ ସରେଣ୍ଡର କରିବାକୁ ପରାମର୍ଶ ଦେବା ସହ ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରିଥିଲେ। କିନ୍ତୁ ସେମାନେ ଶୁଣି ନଥିଲେ। ଏହାପରେ ଶ୍ରୀ ମେହେର ପୁଣି ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଏଥିରୁ ୨ଟି ଗୁଳି ଉଭୟ ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିଲା। ଯେଉଁଠି ସେମାନେ ଆହତ ହୋଇଥିଲେ। ବେଲପାହାଡ ଥାନା ଆମଦରହ୍ ଜଙ୍ଗଲ ନିକଟରେ ଅଭିଯୁକ୍ତ ସେଖ ଆଶିଷ ବାନ୍ତି କରିବାର ନାଟକ କରିଥିଲା। ପୁଲିସ ଗାଡ଼ି ଅଟକିବା ପରେ ଉଭୟ ଅଭିଯୁକ୍ତ ପୁଲିସକୁ ଧକ୍କା ଦେବା ସହ କାର୍ଯ୍ୟରତ ଏସଆଇ ଚିତ୍ତରଞ୍ଜନ ମହାନନ୍ଦିଆଙ୍କ ପିସ୍ତଲ ଛଡାଇ ଜଙ୍ଗଲ ଭିତରକୁ ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ଛଡାଇଥିବା ପୁଲିସ ବନ୍ଧୁକରୁ ସେମାନେ ୬ ରାଉଣ୍ଡ ଗୁଳି ମାଡ କରିଥିଲେ।  ବେଲପାହାଡ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ସେମାନଙ୍କୁ ସରେଣ୍ଡର କରିବାକୁ ପରାମର୍ଶ ଦେବା ସହ ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରିଥିଲେ। କିନ୍ତୁ ସେମାନେ ଶୁଣି ନଥିଲେ। ଏହାପରେ ଶ୍ରୀ ମେହେର ପୁଣି ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଏଥିରୁ ୨ଟି ଗୁଳି ଉଭୟ ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିଲା। ଯେଉଁଠି ସେମାନେ ଆହତ ହୋଇଥିଲେ।

Leave A Reply

Your email address will not be published.