ଚାଉଳ ହେରଫେର ଅଭିଯୋଗରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଦେଓଗାଁ: ଚାଉଳ ହେରଫେର ଅଭିଯୋଗରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ। ୧୦ କ୍ବିଣ୍ଟାଲ ଚାଉଳ ହେରଫେର ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ଦେଓଗାଁ ବିଇଓ। ନିଲମ୍ବିତ ଶିକ୍ଷୟତ୍ରୀ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ କସ୍ତୁରବା ଗାନ୍ଧୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶିନୀ ପାଣିଗ୍ରାହୀ। ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଦେଓଗାଁ ବିଇଓ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ହଷ୍ଟେଲ ଓ ସ୍କୁଲ ପରିଚାଳନା ପାଇଁ ଆସିଥିବା ଚାଉଳ ହେରଫେର ହୋଇଥିବାର ଅଭିଯୋଗ ଆସିବା ପରେ ଜଣେ ପ୍ରଧାନ ଶିକ୍ଷକଙ୍କ ସହ ଏବିଇଓ କବିରାଜ ମାଝୀ ତଦନ୍ତ କରିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ତଦନ୍ତ ବେଳେ ୧୦.୮୬ କ୍ବିଣ୍ଟାଲ ଚାଉଳ କମ ଥିବାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିଥିଲେ। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇନଥିବା ତଦନ୍ତକାରୀ ରିପୋର୍ଟରେ ଦର୍ଶାଇ ଥିଲେ। ଏହି ରିପୋର୍ଟ କୁ ଆଧାର କରି ଦେଓଗାଁ ବିଇଓ ମମତା ମହାଡିକ ତାଙ୍କ ଅଫିସ ପତ୍ର ସଂଖ୍ୟା ୪୯୭ ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ହଷ୍ଟେଲ ଓ ସ୍କୁଲ ପରିଚାଳନା ପାଇଁ ଆସିଥିବା ଚାଉଳ ହେରଫେର ହୋଇଥିବାର ଅଭିଯୋଗ ଆସିବା ପରେ ଜଣେ ପ୍ରଧାନ ଶିକ୍ଷକଙ୍କ ସହ ଏବିଇଓ କବିରାଜ ମାଝୀ ତଦନ୍ତ କରିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ତଦନ୍ତ ବେଳେ ୧୦.୮୬ କ୍ବିଣ୍ଟାଲ ଚାଉଳ କମ ଥିବାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିଥିଲେ। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇନଥିବା ତଦନ୍ତକାରୀ ରିପୋର୍ଟରେ ଦର୍ଶାଇ ଥିଲେ। ଏହି ରିପୋର୍ଟ କୁ ଆଧାର କରି ଦେଓଗାଁ ବିଇଓ ମମତା ମହାଡିକ ତାଙ୍କ ଅଫିସ ପତ୍ର ସଂଖ୍ୟା ୪୯୭ ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ତଦନ୍ତ କରିଥିବା ଏବିଇଓ କବିରାଜ ମାଝୀଙ୍କୁ ପଚାରିବାରୁ ଚାଉଳ ହେରଫେରର ପ୍ରମାଣ ମିଳିବା ପରେ ବିଇଓଙ୍କୁ ରିପୋର୍ଟ ଦିଆଯାଇଛି ଓ ସେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଛନ୍ତି ବୋଲି କହିଛନ୍ତି। 

Umasankar Adv

Leave A Reply

Your email address will not be published.