ଫୁଲବାଣୀ : ବୌଦ୍ଧ ଜିଲ୍ଲା କେନ୍ଦୁ ପତ୍ର ଡିଏଫଓ ସୁଦର୍ଶନ ବାଦି ଫୁଲବାଣୀ କେନ୍ଦୁପତ୍ର ଡି ଏଫଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ପୁର୍ବରୁ ଥିବା ଡି ଏଫ୍ ଓ ଶରତ ମିଶ୍ର ଅବସର ଗ୍ରହଣ କରିବା ପରେ ବାଦି ଦାୟିତ୍ବ ଗ୍ରହଣ କରିଛନ୍ତି । ବିଶେଷ କରି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି । ବୌଦ୍ଧରେ କମ ଦିନରେ କେନ୍ଦୁ ପତ୍ର ସଂଗ୍ରହ ଧାର୍ଯ୍ୟ ପୁରଣ କରିବା ସହ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଓ ଶୁଖାଳି ମାନଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇ ପ୍ରଶଂସା ସାଉଁଟି ଥିଲେ | ଫୁଲବାଣୀ ଡ଼ିଭିଜନ ଅନୁର୍ଗତ ୭ଟି ରେଞ୍ଜ ଗସ୍ତ କରି ତୋଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ସରକାରଙ୍କ କେନ୍ଦୁପତ୍ର ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ପୁରଣ କରିବା ପାଇଁ ଉଦ୍ୟମ କରୁଛନ୍ତି | ସେମାନଙ୍କ ବୋନସ ଓ ଅନ୍ୟାନ୍ୟ ସୁବିଧା ଯେପରି ପାଇବେ ସେଥପ୍ରତି ଦୃଷ୍ଟି ଦେବେ ବୋଲି ଡି ଏଫ୍ ଓ ସୁଦର୍ଶନ ବାଦି କହିଛନ୍ତି ।