ନିକୁଞ୍ଜ ଧଳଙ୍କୁ ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଉପରେ ମାମଲାତି: କେନ୍ଦ୍ରକୁ ବିଦା, ଜୁଲାଇରେ ଯିବେ

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜବିହାରୀ ଧଳଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର କ୍ୟାବିନେଟ୍ କମିଟିର ଅନୁମୋଦନ ପରେ ଶୁକ୍ରବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟର ପ୍ରଥମ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ମାମଲାତି ଦେଖାଇବା ଆଇଏଏସ୍ ଶ୍ରୀ ଧଳଙ୍କୁ ମହଙ୍ଗା ପଡ଼ିଛି ଏବଂ ସେଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଡେପୁଟେସନରେ କେନ୍ଦ୍ରକୁ ପଠାଇ  କମ୍ ଗୁରୁତ୍ୱବହନ କରୁଥିବା ଗୋଟିଏ ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ପାୱାର କରିଡ଼ରରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଶ୍ରୀ ଧଳ କିଭଳି ବାରମ୍ବାର ପ୍ରୋଟୋକଲକୁ ଅଣଦେଖା କରୁଥିଲେ ସେ ସଂକ୍ରାନ୍ତରେ ଏକ ବିସ୍ତୃତ ଖବର ‘ଓଡ଼ିଶା ରିପୋର୍ଟର’ରେ ଫେବୃୟାରୀ ୩ତାରିଖରେ ପ୍ରକାଶିତ ହେବାପରେ ପ୍ରଶାସନିକ କରିଡରରେ ହଲଚଲ୍ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.