ବାଲିପାଟଣା ଥାନା ଆଗରେ ଯୁବକଙ୍କୁ ଗୁଳିମାଡ଼

ବାଲିପାଟଣା: ରାଜଧାନୀ ଉପକଣ୍ଠ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନିକଟରେ ଗତକାଲି ରାତିରେ ଜନୈକ ଯୁବକଙ୍କୁ ଗୁଳିମାଡ଼ ହୋଇଛି | ଗୁଳିମାଡ଼ରେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ରଞ୍ଜନ ମହାପାତ୍ର ଓରଫ କୁନା । ଦୀପ୍ତିଙ୍କ ବାମ ହାତରେ କହୁଣୀ ଉପର ଭାଗରେ ଗୁଳି ବାଜି ଗଭୀର କ୍ଷତ ସୃଷ୍ଟି ହୋଇଛି | ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରିବା ପରେ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି |  ଗୁଳିକାଣ୍ଡର ପ୍ରକୃତ ରହସ୍ୟ ଜଣା ପଡି ନାହିଁ | ଦୀପ୍ତି ଥାନା ନିକଟ ଭଉଣୀ ରହୁଥିବା ଭଡ଼ାଘର ବାରଣ୍ଡାରେ ରାତ୍ରି ପ୍ରାୟ ୧୨ ଟାରେ ବସିଥିଲେ । ଏହି ସମୟରେ ୨ଜଣ ଯୁବକ ଏକ ବାଇକରେ ଆସି ଦୀପ୍ତିଙ୍କୁ ଗୁଳିମାଡ଼ କରିଥିଲେ ଦୀପ୍ତି ପୁଲିସକୁ କହିଛନ୍ତି । ଗୋଟିଏ ଗୁଳି  ଦୀପ୍ତିଙ୍କ ଦେହରେ ବାଜିବା ପରେ ସେ ସେଠାରୁ ଦୌଡ଼ି ପଳାଇଥିଲେ । ଗୁଳିମାଡ଼ ପରେ ୨ ଦୁର୍ବୃତ୍ତ ଘଟଣା ସ୍ଥଳରୁ  ଫେରାର ହୋଇଯାଇଛନ୍ତି । ପୁର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଗୋଟିଏ ଖୋକା ଓ ରକ୍ତ ଛିଟା ପଡ଼ିଛି | ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ଦୀପ୍ତି ଥାନା ନିକଟ ଭଉଣୀ ରହୁଥିବା ଭଡ଼ାଘର ବାରଣ୍ଡାରେ ରାତ୍ରି ପ୍ରାୟ ୧୨ ଟାରେ ବସିଥିଲେ । ଏହି ସମୟରେ ୨ଜଣ ଯୁବକ ଏକ ବାଇକରେ ଆସି ଦୀପ୍ତିଙ୍କୁ ଗୁଳିମାଡ଼ କରିଥିଲେ ଦୀପ୍ତି ପୁଲିସକୁ କହିଛନ୍ତି । ଗୋଟିଏ ଗୁଳି  ଦୀପ୍ତିଙ୍କ ଦେହରେ ବାଜିବା ପରେ ସେ ସେଠାରୁ ଦୌଡ଼ି ପଳାଇଥିଲେ । ଗୁଳିମାଡ଼ ପରେ ୨ ଦୁର୍ବୃତ୍ତ ଘଟଣା ସ୍ଥଳରୁ  ଫେରାର ହୋଇଯାଇଛନ୍ତି । ପୁର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଗୋଟିଏ ଖୋକା ଓ ରକ୍ତ ଛିଟା ପଡ଼ିଛି | ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.