ଭଦ୍ରକ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ । ଗୋଟିଏ ପରିବାରର ୫ ଜଣ ଗୁରୁତର । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଭଟସାହି ପଂଚାୟତ ଫଳପୁର ଗାଁରେ ଘଟଣା ଘଟିଛି । ଗାଁର ଦୁର୍ଯ୍ୟୋଧନ ବେହେରା ଓ ରବୀନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଜମିବାଡି ବିବାଦ ରହିଥିଲା । ଗତକାଲି ସନ୍ଧ୍ୟାର ଏହା ଉଗ୍ରରୂପ ନେଇଥିଲା । ଗାଁରେ କୀର୍ତ୍ତନ ଚାଲିଥିବାବେଳେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଦୁର୍ଯ୍ୟୋଧନଙ୍କ ପରିବାରକୁ ଆକ୍ରମଣ କରିଥିଲେ ଅପର ପକ୍ଷ। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଧୁଷୁରୀ ଓ ପରେ ଭଦ୍ରକ ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗାଁରେ ଧୁଷୁରୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।