ଅନୁଗୁଳ : ଗାଁ ମଧ୍ୟରେ ଭାରୀଯାନ ଚଳାଚଳକୁ ବିରୋଧ । ଅନୁଗୁଳ -ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଅବରୋଧ । ଅଟକି ରହିଛି ଶହ ଶହ ଗାଡ଼ି । ଯାତାୟାତ ବାଧାପ୍ରାପ୍ତ । ଅନୁଗୁଳ ଦେବଗଡ଼କୁ ସଂଯୋଗ କରୁଥିବା ୬୩ ନମ୍ବର ରାଜ୍ୟ ରାଜପଥର ଜରାସିଂହା ଗାଁ ମଧ୍ୟ ଦେଇ ପ୍ରତିଦିନ ଶହ ଶହ ଭାରୀଯାନ ଚଳାଚଳ କରୁଛି । ଯାହାଫଳରେ ଲୋକଙ୍କ ଜୀବନ ହାନୀ ହେଉଛି । ବିଗତ ଦିନରେ ବହୁବାର ଦାବି ଆପତ୍ତି ପରେ ପ୍ରଶାସନ ପକ୍ଷରୁ ଭାରୀଯାନ ଚଳାଚଳ ଉପରେ ରୋକ ଲଗା ଯାଇଥିଲା । କିଛି ମାସର ବ୍ୟବଧାନ ପରେ ପୁଣି ନୋ ଏଣ୍ଟ୍ରିକୁ ହଟାଯାଇଥିଲା । ନୋ ଏଣ୍ଟ୍ରି ଜୋନ ହେବା ଦ୍ଵାରା ବିଭିନ୍ନ ସମୟରେ ଗାଡ଼ି ଧକ୍କାରେ ଲୋକଙ୍କ ଜୀବନ ଯାଉଛି । ନୋ ଏଣ୍ଟ୍ରି ଜୋନ ଦାବି ନେଇ ରାଜରାସ୍ତା ଅବରୋଧ କଲେ ଅନୁଗୁଳ ଜିଲ୍ଲାର ପାଞ୍ଚଟି ପଞ୍ଚାୟତ ବାସୀ କୁମଣ୍ଡ, ବେଡାସର,ବେଣାଗାଡିଆ, ଜରାସିଂହା ଓ ପରଙ୍ଗ । ଗାଁ ମଧ୍ୟରେ ଭାରୀଯାନ ଚଳାଚଳକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।