ଅନୁଗୁଳ : ଅସୁରକ୍ଷିତ ଅନୁଗୁଳ ସହର । କଥା କଥାକେ ଫୁଟୁଛି ଗୁଳି, ବୁଲୁଛି ଟାଙ୍ଗିଆ ଓ ଭୁଜାଲି । ଲୋକେ ସନ୍ଧ୍ୟାରେ ବାହାରେ ବୁଲିବାକୁ ଭୟ କଲେଣି । ଏପରି ଏକ ଘଟଣା ଘଟିଛି ନାଲକୋ ଥାନା ଅନ୍ତର୍ଗତ କୁଡ଼ୁଲୁ ହନୁମାନ ବାଟିକା ନିକଟରେ । ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି । ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ତାଙ୍କୁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ତୁରଙ୍ଗ ଅଞ୍ଚଳର ରଞ୍ଜନ କୁମାର ମିଶ୍ର ଭଡ଼ାରେ ରହୁଥିଲେ । ସେ ଏକ ସ୍କୁଟିରେ ବୁଲିବା ପାଇଁ କୁରୁଡ଼ୁଲୁ ହନୁମାନ ବାଟିକାକୁ ଯାଉଥିଲେ । ସେହି ସମୟରେ ଏକ ବାଇକରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଏକ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇ ଥିଲେ । ରଂଜନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେହିପରି ଅନୁଗୁଳ ବାଗେଡ଼ିଆ ଥାନା ନୂଆଗାଁ ବରସାହି ଛକରେ ହତ୍ୟାକାଣ୍ଡ ହୋଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ପିକଅପ ଚଢାଇ ହତ୍ୟା କରାଯିବା ପରେ ଗୁଳି ମାରି ହତ୍ୟା କରାଯାଇ ଥିବା ଜଣାପଡ଼ିଛି । ମୃତକ ହେଲେ ନୂଆଗାଁ ଗ୍ରାମର ବିନୋଦ ସାହୁ । ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।