କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡ଼ିଭିଜନ ଅଞ୍ଚଳରେ ସାଧାରଣ ଲୋକଙ୍କ ଗମନା ଗମନ କୁ ସୁଗମ କରିବା ପାଇଁ ବିଭାଗ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଅଧିକ୍ଷଣ ଯନ୍ତ୍ରୀ ଙ୍କ ତତ୍ତ୍ଵାବଧାନରେ ଯନ୍ତ୍ରୀ ମାନଙ୍କ ଉଦ୍ୟମ ଫଳରେ ଚାଲିଥିବା କାର୍ଯ୍ୟ ମଧ୍ୟରୁ ବି ବି କେ ଏସ୍ ସଡକ ନବୀକରଣ କରାଯାଉଛି,ଏନ୍.ଏଚ ୫୯ ବାଲିଗୁଡା ରୁତୁଙ୍ଗିଆ ଦେଇ ବୁଡ଼ାଗୁଡା ରାସ୍ତାରେ କାମ ଚାଲିଛି ସିମନବାଡି ରୁ ବୁଡାଗୁଡ଼ା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଜୋରରେ ଚାଲିଛି ଏହି ସବୁ କାମ ଜୁନ୍ ୨୦୨୫ ସୁଧା ଶେଷ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଅଧିକ୍ଷଣ ଯନ୍ତ୍ରୀ ଦିନେଶ ସାହୁ ସୂଚନା ଦେଇଛନ୍ତି।