ଭୁବନେଶ୍ବର : ସମସ୍ତ ପାକିସ୍ତାନୀଙ୍କୁ ରାଜ୍ୟରୁ କାଢିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ରହିଛି । ଆମ ରାଜ୍ୟ ସରକାର ଚିହ୍ନଟ କରିବା ପାଇଁ ଜିଲ୍ଲା ଅଫିସକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନରେଟ ପୋଲିସ ଜଣେ ପାକିସ୍ଥାନୀ ଭୁବନେଶ୍ଵରରେ ରହିଥିବା ଚିହ୍ନଟ କରିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଉଛି। ୨୭ ତାରିଖ ସୁଦ୍ଧା ଭୁବନେଶ୍ବର ଛାଡିବାକୁ ନିର୍ଦ୍ଦେଶ ରହିଛି ବୋଲି କହିଛନ୍ତି ଜଗମୋହନ ମୀନା, ଡିସିପି ଭୁବନେଶ୍ୱର ।