କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ର ଆଜି ଚତୁର୍ଥ ଦିନ

କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ର ଆଜି ଚତୁର୍ଥ ଦିନରେ ମୁଖ୍ୟ ଅତିଥି ଭାବରେ
ଫୁଲବାଣୀ SDPO ଶ୍ରୀଯୁକ୍ତ ସୁଭ୍ରଜିତ୍ ବିଶ୍ଵାଳ ଯୋଗଦେଇଥିବା ବେଳେ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା କାର୍ଯ୍ୟକାରୀ ଅଧକ୍ଷ ତଥା ବୈଶାଖୀ ଉତ୍ସବ ପାଳନ କମିଟି ଅଧକ୍ଷ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର, ଅଧକ୍ଷ ଶ୍ରୀଯୁକ୍ତ ସୁନିଲ୍ ପଟନାୟକ,ଉପାଧ୍ୟକ୍ଷ ସୁଜିତ ବେହେରା, ସମ୍ପାଦକ କାହ୍ନୁ ଚରଣ ଶତପଥୀ, କମିଟି ସଭ୍ୟ ସଭ୍ୟା କର୍ମକର୍ତା ଉପସ୍ଥିତ ଥିଲେ। କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୋମଳ ଗାନ୍ଧାର ଫୁଲବାଣୀ ଦ୍ୱାରା ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂତନ କଳା ସାଂସଦ କଳାକାର ମାନେ ଆଧୁନିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଲେ । ତାସହ ଖଜୁରୀପଡ଼ା କଳାକାର ମାନେ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.