ପାକିସ୍ତାନ : ପାକିସ୍ତାନ ଉପରେ ହମଲା ବେଳେ ରାସ୍ତା ଉପରେ ଲ୍ୟାଣ୍ଡିଂ ଆଉ ଟେକ ଅପ୍ କରି ଭାରତୀୟ ଲଢ଼ୁଆ ବିମାନ। ଆଜି ଏହାର ଡେମୋ କରିଛି ଏୟାରଫୋର୍ସ। ଗଙ୍ଗା ଏକ୍ସପ୍ରେସ ୱେରେ ଭାରତୀୟ ବାୟୁ ସେନା କରିଛି ଟଚ୍ ଆଣ୍ଡ ଗୋ ଟ୍ରାଏଲ । ଉତ୍ତରପ୍ରଦେଶ ଶାହାଜାନପୁରରେ ନିର୍ମାଣଧୀନ ଗଙ୍ଗା ଏକ୍ସପ୍ରେସୱେରେ ଥିବା ଏୟାର ଷ୍ଟ୍ରିପରେ ଲୋ-ଫ୍ଲାଏ ପାଷ୍ଟ, ଲାଣ୍ଡିଂ ଏବଂ ଟେକ ଅପ୍ ପରୀକ୍ଷଣ କରିଛି ଭାରତୀୟ ବାୟୁସେନା । ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପରେ ଉଭୟ ଦିନ ଓ ରାତିରେ ଏହି ପରୀକ୍ଷଣ ହେଉଛି । ଡ୍ରିଲରେ ରାଫେଲ, ସୁଖୋଇ-୩୦, ମିରାଜ-୨୦୦, ମିଗ୍ ୨୯, C-130J ସୁପର ହରକୁଲସ, AN-32 ଏବଂ ଏମଆଇ-୧୭ ହେଲିକପ୍ଟର ସାମିଲ ହୋଇଛନ୍ତି । ଗଙ୍ଗା ଏକ୍ସପ୍ରେସ ଉତ୍ତରପ୍ରଦେଶର ଚତୁର୍ଥ ଏକ୍ସପ୍ରେସ ୱେ, ଯେଉଁଠି ଏୟାର ଷ୍ଟ୍ରିପ୍ ରହିଛି । ଜରୁରୀ ପରିସ୍ଥିତିରେ ଏହି ଏୟାର ଷ୍ଟ୍ରିପଗୁଡିକ ବିକଳ୍ପ ଭାବେ କାର୍ଯ୍ୟ କରିବ । ଯେଉଁଠୁ ଟେକ୍ ଅପ୍ ଓ ଲାଣ୍ଡିଂ କରି ପାରିବ ଭାରତୀୟ ବାୟୁସେନା ବିମାନ। ପୂର୍ବୁର ବାୟୁସେନା, ଏକ୍ସପ୍ରେସ ୱେରେ ଦିନ ସମୟରେ ଲାଣ୍ଡିଂ ଏବଂ ଟେକ ଅଫର ପରୀକ୍ଷଣ କରି ସାରିଛି । ପ୍ରଥମ ଥର ପାଇଁ ରାତିରେ ପରୀକ୍ଷଣ ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ଜଳ, ସ୍ଥଳ ଓ ଆକାଶରେ ତୟାରି କରୁଛି ଭାରତ ।