ବାଣ ଗୋଦାମରେ ଅଗ୍ନିକାଣ୍ଡ

ଭଦ୍ରକ : ବାଣ ଗୋଦାମରେ ଲାଗିଛି  ନିଆଁ । ଏହି ଘଟଣାରେ  ୮ ଜଣ  ଗୁରୁତର ହୋଇଛନ୍ତି ।   ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବାରୁ ୮ ଜଣ ମହିଳା ଓ ଶିଶୁ ଗୁରୁତର ହୋଇଛନ୍ତି ।  ସେମାନଙ୍କୁ  ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.