ଦାରିଙ୍ଗବାଡି -କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଅସହ୍ୟ ଗରମ ହେଉଛି। ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଦ୍ୟୁତ ବିଭ୍ରାଟ, ଅଘୋଷିତ ବିଦ୍ୟୁତ କାଟ ଗରମ ଗୁଳୁଗୁଳିକୁ ଦ୍ବିଗୁଣିତ କରୁଛି। ବିଦ୍ୟୁତ ନ ଥିବା ଯୋଗୁ ଳୋକେ ପଙ୍ଖା ଚଳାଇପାରୁନାହାନ୍ତି। ଫଳରେ ଗରମରେ ଆଉଟୁପାଉଟୁ ହେଉଛନ୍ତି ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପ୍ରତିଦିନ ସକାଳ ୧୦ଟା ପରେ ଏହି ବିଦ୍ୟୁତ ବିଭ୍ରାଟ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହୁଛି। ମରାମତି ନାଁରେ ଘଣ୍ଟା ଘଣ୍ଟା ଲୋକଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ ହେବାକୁ ପଡୁଛି। ଲୋକଙ୍କୁ ହଟହଟା ହେବାକୁ ପଡୁଥିଲେ ମଧ୍ୟ ବିଭାଗ ଲୋକଙ୍କ ସ୍ଥାୟୀ ସମସ୍ୟାର ସମାଧାନ ଦିଗରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏବେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ବିଦ୍ୟୁତ ନ କଟାଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ ବାରମ୍ବାର କଟାଯାଉଥିବା ଓ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।