କାଳବୈଶାଖୀ ତାଣ୍ଡବ: ଉଡିଲା ସ୍କୁଲ ଛପର, ଛଟପଟ ହୋଇମଲେ ୯ ଗୋରୁ

ଖଜୁରିପଡ଼ା : ଖଜୁରିପଡ଼ା ବ୍ଲକ୍‌ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡ଼ିଯାଇଥିବା ବେଳେ କିଛି ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା। ଏହି କାଳବୈଶାଖୀରେ ବ୍ରଜପାତ ହେବା ଯୋଗୁ ଅନେକ ଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅରାପାଜୁ ଗ୍ରାମର ମାଟୁଙ୍ଗି ଗାଁରେ ବଜ୍ରପାତରେ ୨ ବଳଦଙ୍କ ମୃତ୍ୟୁ ହୋଇଛି। ସେଇପରି ସସ୍କେଡି ଗାଁରେ ୩ ବଳଦ ଏବଂ ୨ ଗାଈ ଓ ଗଞ୍ଜୁଗୁଡ଼ାରେ ୨ ବଳଦଙ୍କ ମୃତ୍ୟୁ ହୋଇଛି। ଭାଲିଆପଡ଼ା ସ୍କୁଲର ଛପର ଉଡ଼େଇ ନେଇଥିବା ବେଳେ ପିଣ୍ଡାବାଡ଼ି ସ୍କୁଲର ଛାତ ଉପରେ ଆମ୍ବଗଛ ଟଳି ପଡ଼ିଛି। ବିଜୁଳିତାର ଛିଣ୍ଡି ଯିବା ଯୋଗୁ ପୁରା ଅଞ୍ଚଳ ଅନ୍ଧାର ହୋଇଯାଇଛି।

Leave A Reply

Your email address will not be published.