ଫୁଲବାଣୀ-ଫୁଲବାଣୀ ବନ ଖଣ୍ଡ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ କୁ ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ I ନିୟମିତ ବିଭାଗୀୟ ବୈଠକ ଅୟୋଜନ କରିବା ପାଇଁ ଏହି ସମ୍ମିଳନୀ କକ୍ଷ କାର୍ଯ୍ୟରେ ଆସିବ ବୋଲି ଡିଏଫଓ ପ୍ରଶାନ୍ତ କୁମାର ପଟେଲ କହିଛନ୍ତି । ଏହି ସମ୍ମିଳନୀ ଗୃହ ରେ ସମସ୍ତ ପ୍ରକାର ସୁବିଧା ରହିଛି ବୋଲି ପଟେଲ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏ ସି ଏଫ ଶ୍ବେତଲିନା ସାହୂ, ଫୁଲବାଣୀ ରଂଜର ଶିବାନନ୍ଦ ଲେଙ୍କା, ଫରେଷ୍ଟର ସରୋଜ ମିଶ୍ର, ବାଲିଗୁଡ଼ା ଏ ସିଏଫ୍ ମନୋରଞ୍ଜନ୍ ଦାଶ, ଗାର୍ଡ ପ୍ରେମା ନନ୍ଦ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ |
