ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ପଣସପଦରରେ ପୁଣି ଜଳସଙ୍କଟ ଉଗ୍ରରୂପ ନେଇଛି। ଗୋଟିଏ ପଟେ ଚାରିଆଡେ ବର୍ଷାର ପ୍ରଭାବ ଓ ଏଥିପାଇଁ ଜଳ ସଙ୍କଟରୁ ମୁକ୍ତି ମିଳିବା ବଦଳରେ ଜଳ ସଙ୍କଟ ଦେଇ ଗତି କରୁଥିବା ପଣସପଦର ଗ୍ରାମବାସୀଙ୍କ ଚିନ୍ତା ବଢିଛି। ପ୍ରକାଶ ଯେ, ଉକ୍ତ ଗ୍ରାମରେ ଏକାଧିକ ନଳକୂପ ଓ ସୋଲାର ପମ୍ପ ରହିଛି। କିନ୍ତୁ ଯେଉଁ ସୋଲାରପମ୍ପ ଉପରେ ଗ୍ରାମବାସୀ ଅଧିକା ନିର୍ଭର କରୁଛନ୍ତି। ତାହା ଏବେ ଅଚଳ ହୋଇପଡିଛି। ଫଳରେ ଅଞ୍ଚଳରେ ଜଳ ସଙ୍କଟ ଅଧିକ ଦେଖାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ପାଇ ଜଳ ଓ ପରିମଳ ବିଭାଗର କର୍ମଚାରୀ ପଣସପଦରରେ ପହଞ୍ଚି ମରାମତି କରିବାକୁ ଚେଷ୍ଟା କରିଥିଲେ। ତେବେ କିଛି ଯନ୍ତ୍ରପାତିର ଆବଶ୍ୟକ ପଡିବାରୁ ସେମାନେ ଫେରି ଯନ୍ତ୍ରପାତି ନେଇକି ଆସିବୁ କହି ସେଠାରୁ ଫେରିବାର ଏକ ସପ୍ତାହ ହୋଇଥିଲେ ମଧ୍ୟ ମରାମତି କରିବାକୁ ଆଉ କୌଣସି କର୍ମଚାରୀ ଯାଇ ନ ଥିବା ଗ୍ରାମର ସଦାନନ୍ଦ ପଡ୍ରାଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।
