୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟର ତଦନ୍ତ ଆରମ୍ଭ 

କେ ବଲାଙ୍ଗ : ବିସ୍ଫୋରକ ଲୁଟ ସ୍ଥଳରେ ଏନଆଇଏ ଟିମ ।  ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ଏଜେନସି। ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଲୁଟ ସ୍ଥାନରେ ପହଞ୍ଚି ଖୋଳତାଡ଼ ଚଳାଇଛି ଏନଆଇଏ। କାହିଁକି, କେଉଁ ଉଦ୍ଦେଶ୍ୟରେ ଲୁଟ ହୋଇଛି ସେନେଇ ଖୋଳତାଡ଼ ଚଳାଇଛି। ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଏନଆଇଏ । ଅନ୍ୟପଟେ ଏହାକୁ ଗମ୍ଭୀରତା ସହ ନେଇଛି ରାଜ୍ୟ ପୋଲିସ । ରାଉରକେଲା ପୋଲିସ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ସୀମାନ୍ତ ଅଞ୍ଚଳ ହୋଇଥିବାରୁ ସିଆଇପିଏଫ, ଡିଭିଏଫ ସହ ଝାଡ଼ଖଣ୍ଡ ପୋଲିସର ଜାଗୁଆର ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଟ୍ରକ ଡ୍ରାଇଭର ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ବିସ୍ଫୋରକ ଲୁଟ ଘଟଣାରେ ଏନଆଇଏର ତଦନ୍ତ ମାମଲାର ଗମ୍ଭୀରତାକୁ ଦର୍ଶାଉଛି। କେନ୍ଦ୍ର ସରକାର ଏହାକୁ ସାଧାରଣ ଅପରାଧିକ ମାମଲାରେ ଭାବେ ଗ୍ରହଣ କରିନାହାନ୍ତି। ଲୁଟରୁ ଜାତୀୟ ନିରାପତ୍ତା ପ୍ରତି ବିପଦ ଥିବା ଆଶଙ୍କା ଉପୁଜିଛି। ୨୭ ତାରିଖ ସକାଳ ପ୍ରାୟ ୯ଟା ବେଳେ ବାଙ୍କୋ ପଥର ଖଣିକୁ ଯାଉଥିବା ବିସ୍ଫୋରକ ବୋଝେଇ ଟ୍ରକକୁ ଲୁଟ ହୋଇଥିଲା। ପ୍ରାୟ ୩୦ରୁ ୪୦ ସଶସ୍ତ୍ର ଦୁର୍ବୃତ୍ତ ବିସ୍ଫୋରକ ଲୁଟିଥିଲେ । ଲୁଟ ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଟ୍ରକରୁ ପ୍ରାୟ ୨ଶହ ପ୍ୟାକେଟ ବିସ୍ଫୋରକ ଲୁଟ ହୋଇଛି । ପ୍ରତି ପ୍ୟାକେଟରେ ୨୦ରୁ ୨୫ କେଜି ବିସ୍ଫୋରକ ରହିଥିଲା । ଲୁଟ ପରେ ଟ୍ରକ ଓ ଡ୍ରାଇଭରକୁ ଛାଡି ଦେଇଛନ୍ତି ଦୁର୍ବୃତ୍ତ।

057 code kasam
Leave A Reply

Your email address will not be published.