ସିକିମରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ନିଖୋଜଙ୍କ ମଧ୍ୟରେ ୪ ଜଣ ଓଡ଼ିଆ

ଭୁବନେଶ୍ୱର : ସିକିମରେ ଓଡ଼ିଆ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ତିସ୍ତା ନଦୀରେ ଖସି ପଡ଼ି ନିଖୋଜ ହୋଇ ଯାଇଛି ଓଡ଼ିଆ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡ଼ି। ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ଲାଚେନ ରାଜପଥରେ ତିସ୍ତା ନଦୀକୁ ଖସି ପଡ଼ିଛି । ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ଚୁଙ୍ଗଥାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମଙ୍ଗନ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୯ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ନିଖୋଜଙ୍କ ମଧ୍ୟରେ ୪ ଜଣ ଓଡ଼ିଆ । ଯାଜପୁର ବ୍ୟାସନଗର ପୌରାଞ୍ଚଳ ଉମାପଦା ଅଞ୍ଚଳର ଏହି ପରିବାର । ଉଦ୍ଧାର କାର୍ଯ୍ୟ ସିକ୍କିମ ପୁଲିସ, ଆଇଟିବିପି, ଭାରତୀୟ ସେନା, ମଙ୍ଗନ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ସ୍ୱେଚ୍ଛାସେବୀ ଏବଂ ଏନଡିଆରଏଫ ସହଯୋଗରେ ଜାରି ରହିଛି । ଖରାପ ପାଗ ଏବଂ ନଦୀର ତୀବ୍ର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇପଡ଼ିଛି । ଓଡ଼ିଶା ସରକାର ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଏକ ସ୍ବତନ୍ତ୍ର ଟିମ ପଠାଇଛନ୍ତି । ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାର ଜଣେ ବିଜେପି ନେତ୍ରୀ ଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ସିକିମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।  ଯାତ୍ରୀ ମାନଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥାରେ ସୁପରିଚାଳନା ପାଇଁ ଓଡ଼ିଶାରୁ ଯିବ ଏକ ସ୍ବତନ୍ତ୍ର ଟିମ୍ ।

057 code kasam
Leave A Reply

Your email address will not be published.