ଇଣ୍ଟରଭ୍ୟୁ ବେଳେ ଅଘଟଣ, ଚାକିରି ଆଶାରେ ଆସିଥିଲେ ହେଲେ ଜୀବନ ହରାଇଲେ ଦୁଇ ଜଣ ପ୍ରାର୍ଥୀ

ଗଜପତି : ହୋମଗାର୍ଡ ଫିଜିକାଲ ଟେଷ୍ଟର ଦୌଡ଼ ପ୍ରତିଯୋଗିତା ସମୟରେ ୮ ଜଣ ଚାକିରି ଆଶାୟୀ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସୁଲନ୍ତ ମିଶାଲ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଗୋଟିଏ ବୋଲି ପୁଅକୁ ହରାଇ ବିଧବା ମା ଓ ଭଉଣୀ ଅସହାୟ ହୋଇ ପଡିଛନ୍ତି । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ । ଗରିବ ପରିବାର, ପେଟ ପାଟଣା ପାଇଁ ପୁଅ ଆସିଥିଲା ଚାକିରି ଆଶାରେ । ହେଲେ ଘଟଣା ଏମିତି ଘଟିଲା ଯେ ପୁଅ ଚାଲିଗଲା ସବୁଦିନ ପାଇଁ । ପରିବାର ଠାରୁ ଦୂରେଇ ଗଲା ଅନେକ ଦୂରକୁ । ଯେଉଁଠୁ ଆଉ କେବେବି ଫେରିବନି । ସେହିପରି ସୁଲନ୍ତଙ୍କ ପରେ ଆଉ ଜଣେ ପ୍ରାର୍ଥୀ ଦୀପକ ପଡ଼ାଲଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଛି ବ୍ରହ୍ମପୁର ମେଡିକାଲରେ । ଗଜପତି ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ହେଉଥିଲା । ୧୪୪ଟି ପଦବି ପାଇଁ ହେଉଥିବା ଇଣ୍ଟରଭ୍ୟୁରେ ପ୍ରାୟ ୧୨ଶହ ଜଣ ଆଶାୟୀ ରହିଛନ୍ତି । ଗୁରୁବାର ସକାଳୁ ସେମାନଙ୍କ ଶାରୀରିକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣୀପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା କରାଯାଉଥିଲା । ତେବେ ଦୌଡୁଥିବା ବେଳେ ଅନେକ ପରୀକ୍ଷାର୍ଥୀ ବାଟରେ ଟଳି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଲନ୍ତ ମିଶାଲଙ୍କୁ ମୃତ ଘୋଷଣା କରିଥିଲେ । ସମାନ ପରିସ୍ଥିତିରେ ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ନାରାୟଣପୁରର ଦୀପକ ପଡ଼ାଲଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅସୁସ୍ଥମାନେ ହେଲେ ପାରଳାଖେମୁଣ୍ଡିର ପି.ବାବୁଜୀ, ଗୁମ୍ମାର ଅର୍ଫନ ପାଣି, ଗୋଷାଣୀର ସଞ୍ଜୟ ଶବର, କାଶୀନଗରର ବାଳକୃଷ୍ଣ ଲିମ୍ମା, ଗୁରାଣ୍ଡିର ଶିବ ପ୍ରସାଦ ମହାପାତ୍ର । ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଆମେ ସମସ୍ତେ ମିଶି ଇଣ୍ଟରଭ୍ୟୁ ଦେବାକୁ ଆସିଥିଲୁ । ତେବେ ସୁଲନ୍ତଙ୍କ ମୃତ୍ୟୁ ଆମକୁ ଖୁବ ଦୁଃଖ ଦେଇଛି ବୋଲି କହିଛନ୍ତି ପରିସଲ ଗାଁର ପରୀକ୍ଷାର୍ଥୀ ସସ୍ମିତା । ଏହି ଘଟଣାକୁ ନେଇ ସୁଲନ୍ତଙ୍କ ମାମୁଁ କହିଛନ୍ତି ଯେ, ତାଙ୍କ ଦୁଇ ଜଣ ଭାଇଙ୍କ ମଧ୍ୟରୁ ଆଗରୁ ଜଣକର ମୃତ୍ୟୁ ଘଟିଥିଲା। ଏବେ ସୁଲନ୍ତଙ୍କ ମୃତ୍ୟୁ ଯୋଗୁଁ ଘରେ ବିଧବା ମା ଓ ଝିଅ ପୂରା ଏକା ହୋଇ ଯାଇଛନ୍ତି ।

057 code kasam
Leave A Reply

Your email address will not be published.