ଜୁଲାଇ ୧ ରୁ ସାର୍ବଜନୀନ ସ୍ଥାନରେ କରିପାରିବେନି ଧୂମପାନ, ନିୟମ ଉଲ୍ଲଙ୍ଘନ କଲେ ଦେବାକୁ ପଡିବ ୧୨ ହଜାର ଜରିମାନା

ଧୂମପାନ କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ । ଧୂମପାନ ଦ୍ବାରା ଶିଶୁମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ବିଶ୍ବର ୭୪ଟି ରାଷ୍ଟ୍ରରେ ସର୍ବସାଧାରଣ ସ୍ଥାନରେ ଧୂମପାନ ମନା । ଏପରି ସ୍ଥିତିରେ ବିଶ୍ବର ଏକ ରାଷ୍ଟ୍ର ଧୂମପାନ ଉପରେ ବ୍ୟାନ ଲଗାଇବାକୁ ଯାଉଛି । ଏହି ତାଲିକାରେ ଆଉ ଏକ ରାଷ୍ଟ୍ର ସାମିଲ ହେବାକୁ ଯାଉଛି । ଫ୍ରାନ୍ସ ଧୂମପାନକୁ ନେଇ ରହିଥିବା ନିଜର ନିୟମକୁ କଡାକଡି କରିବାକୁ ଯାଉଛି । ଆସନ୍ତା ମାସ ଜୁଲାଇ ୧ ତାରିଖରୁ କୌଣସି ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଫ୍ରାନ୍ସର ସ୍ବାସ୍ଥ୍ୟ ମନ୍ତ୍ରୀ କ୍ୟାଥେରିନ ଭଟ୍ରିନ । ଯେଉଁ ସ୍ଥାନରେ ଶିଶୁଙ୍କ ଉପସ୍ଥିତି ସେ ସ୍ଥାନରେ ଧୂମପାନ ବନ୍ଦ କରାଯିବ ବୋଲି କ୍ୟାଥେରିନ ଘୋଷଣା କରିଛନ୍ତି । ସମୂଦ୍ରକୂଳ, ପାର୍କ ଓ ବସଷ୍ଟପ ଗୁଡିକରେ ଶିଶୁମାନେ ରହୁଥିବାରୁ ଏହି ସ୍ଥାନ ଗୁଡିକରେ ଧୂମପାନ ଉପରେ କଟକଣା ଲାଗୁ କରାଯିବ । ଜୁଲାଇ ମାସ ୧ ତାରିଖରୁ ଏହି ନିୟମ ଲାଗୁ କରାଯିବ ବୋଲି ସେ କହିଛନ୍ତି । ଏହା ସହିତ ଷ୍ଟାଡିୟମ ଗୁଡିକରେ ମଧ୍ୟ ଧୂମପାନ ଉପରେ ଏଭଳି କଟକଣା ଲାଗୁ କରାଯିବ । ଏହି ନିୟମର ଯଦି କେହି ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଉପରେ ୩୫ ୟୁରୋ ବା ୧୪୨ ଡଲାର ଫାଇନ ଲାଗୁ କରାଯିବ । ଅର୍ଥାତ ନିୟମ ନ ମାନିଲେ ଭାରତୀୟ ମୁଦ୍ରାରେ ୧୨ ହଜାର ଟଙ୍କା ଫାଇନ ଗଣିବାକୁ ପଡିବ । ତେବେ କାଫେ ଗୁଡିକର ଟେରାକରେ ଧୂମପାନ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରଖାଯାଇ ପାରିବ।

057 code kasam
Leave A Reply

Your email address will not be published.