ଫୁଲବାଣୀ : ଆଜି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ପ୍ରିତିଶ କୁମାର ରାଉତରାଇ ଏକ ଏସିଡ ଫିଙ୍ଗା କେଶରେ ଆସାମୀ ପ୍ରମୋଦ କୁମାର ସାହୁ (୬୦) ପଟାବାଲି ସାହି, ଫୁଲବାଣୀଙ୍କୁ ୧୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଅଛନ୍ତି | ଘଟଣା ୨୮/୧୨/୨୦୧୩ ତାରିଖରେ ଦିନ ୧ .୩୦ ସମୟରେ ଫୁଲବାଣୀ ସାହିର ସୁରଜ କୁମାର ମହାନ୍ତି , ଫୁଲବାଣୀ ଶଶୀ ପାନ ଦୋକାନ ଛକ ଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା , ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣା ଜାଗାକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା | ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲକୁ ନେଇ ଥିଲେ | ଆସାମୀ କୁ ସେଠାରେ ଥିବା ଲୋକ କାବୁ କରି ପୋଲିସର ଜିମା ଦେଇଥିଲେ| ୧୭ ଜଣ ସାକ୍ଷୀ ଓ ପ୍ରତକ୍ଷଦର୍ଶୀ ବୟାନ କୁ ଭିତ୍ତି କରି ଅଦାଲତ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି | ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ , ଦୋଷୀକୁ ସଶ୍ରମ କାରାଦଣ୍ଡ ସହିତ ୫୦୦୦୦ ଟଙ୍କା ଜରିମାନା ମଧ୍ୟ କରିଛନ୍ତି , ଜରିମାନା ଅନାଦେୟ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି |
