ଓଡ଼ିଶା ବିଧାନ ସଭା ଷ୍ଟାଣ୍ଡଙ୍ଗି କମିଟି ର କନ୍ଧମାଳ ଗସ୍ତ

କନ୍ଧମାଳ : ଓଡିଶା ବିଧାନସଭାର ସ୍ଵାସ୍ଥ୍ୟ ବିଭାଗ ଯାଞ୍ଚ କମିଟି ପଞ୍ଚମ ସ୍ଥାୟୀ କମିଟି, ୨୦୨୫-୨୬ ମାନ୍ୟବର ବିଧାୟକ ବିଭୁତି ଭୁଷଣ ପ୍ରଧାନଙ୍କ ନେତୃତ୍ୱରେ ତିନି ଦିନିଆ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି। ଏହି କ୍ରମରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଖଜୁରୀପଡ଼ା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଦୁତିପଡ଼ା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫୁଲବାଣୀ ପରିଦର୍ଶନ କରି ଚିକିତ୍ସାଳୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଖୁବ୍ ଶୀଘ୍ର ମେଡ଼ିକାଲ୍ କଲେଜ୍ ରେ ନାଁ ଲେଖା ଆରମ୍ଭ ହେବ । ଏଥିସହ ଆଇସିୟୁ କାମ ଶୀଘ୍ର ଆରମ୍ଭ ହେବ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଫିରିଙ୍ଗିଆ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୁଆଗାଁ ପରିଦର୍ଶନ କରି ଆସନ୍ତା କାଲୀ ଦାରିଙ୍ଗବାଡି ଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ବିଧାୟକା ସୀମା ରାଣୀ ନାୟକ, ପ୍ରସାନ୍ତ ବେହେରା, ଉମା ଚରଣ ମଲ୍ଲିକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ଶେଖର ସାହୁ, ଡ଼ଃ ଫକିର ମୋହନ ନାଏକ, ଗୋୖତମ ବୁଦ୍ଧ ଦାସ, ରୁପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ ଗୋମାଙ୍ଗଙ୍କ ସମେତ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।

057 code kasam
Leave A Reply

Your email address will not be published.