ରାସ୍ତା ଅବସ୍ଥା ଶୋଚନୀୟ ମରାମତି ପାଇଁ ପଞ୍ଚାୟତବାସୀଙ୍କ ଦାବି
ଘୁ, ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରବିଙ୍ଗିଆ ଗ୍ରାମକୁ ଯିବା ପାଇଁ ଶ୍ରୀରାମ ପଦାଠାରୁ ଗ୍ଲେସିଙ୍ଗିଆ ପଞ୍ଚାୟତ ବିରାମାହା ଗ୍ରାମ ଦେଇ ଧାଙ୍ଗଡ଼ା ମାହା, ରଚିଙ୍ଗିଆ, ଝିମାଙ୍ଗିଆ, ମଗରଗୁଢ଼ା ସହି ବିଭିନ୍ନ ଗ୍ରାମ ହେଇ ଗ୍ରେସିଙ୍ଗିଆ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାଟି ଅନ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଗାଁ ଠୁ ସହର ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଗମନାଗମନରେ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି କିନ୍ତୁ ଏବେ ମଧ୍ୟ ଅବହେଳିତ ଏହି ରାସ୍ତା ପଡ଼ି ରହିଛି। ରାଜନୈତିକ ଇଚ୍ଛାଶକ୍ତି ଅଭାବ ହେଉ କି ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ସାଧାରଣ ଜନତା କଷ୍ଟ ଭୋଗୁଛନ୍ତି । ଦୀର୍ଘ ବର୍ଷ ହେବ ରାସ୍ତାର ମରାମତି ନିମନ୍ତେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଉପରେ ଦୁଇଟି ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ସ୍କୁଲ, କଲେଜ, ଡାକ୍ତରଖାନା କିମ୍ବା ଅନ୍ୟ କୌଣସି କାମ ପାଇଁ ହେଉ ଗ୍ରାମବାସୀ ଘୁ.ଉଦୟଗିରି ସହରକୁ ଆସୁଛନ୍ତି କିନ୍ତୁ ରାସ୍ତା ଅତ୍ୟନ୍ତ ଖରାପ ଥିବା ଯୋଗୁ ସାଇକେଲ, ମୋଟର ସାଇକେଲ, ଅଟୋରେ ଯିବା ଆସିବାରେ ଅସୁବିଧା ହେଉଛି । ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ବାଈର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଲେ ମଧ୍ୟ ରାସ୍ତା ମରାମତି ହେଉନାହିଁ । ବିଶେଶ କରି ଗର୍ଭବତୀ ମହିଳାମାନେ ଏଇ ରାସ୍ତା ଦେଇ ଡାକ୍ତଖାନା ଆସିବା କଣ୍ଟକର ହେଉଛି । ଆଗକୁ ବର୍ଷାଋତୁ ଆସୁଛି ରାସ୍ତାର ଖରାପ ଅବସ୍ଥା ଯୋଗୁ ଦୁର୍ଘଟଣାର ସମ୍ଭାବନା ରହିଛି। ତେଣୁ ଜିଲ୍ଲା ପ୍ରଶାନ ଜରୁରୀ କାଳୀନ ଭିତିରେ ଏହି ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନେବା ପାଇଁ ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ପଞ୍ଚାୟତ ଜନସାଧାରଣ ଦାବି କରିଛନ୍ତି ।
