ଗଛ ପ୍ରେମରେ ପାଗଳ ଅବସରପ୍ରାପ୍ତ ଶିକ୍ଷକ କୁଳମଣୀ ବେହେରା, ଅଞ୍ଚଳରେ ତାଙ୍କର ଭାରି ଆଦର

ଉଦଳା: ଭଲ ଭାବରେ ଦେଖନ୍ତୁ ହାତରେ ଝାଡୁ ଧରି ଲାଗି ପଡ଼ିଛନ୍ତି ଗଛର ଯତ୍ନ ନେବାରେ । ବାଡ଼ି ରେ ବିଭିନ୍ନ ଫୁଲ ଗଛ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଔଷଧୀୟ ଗଛ ଲଗାଇଛନ୍ତି । ଏହି ପରି ଭାବେ ପ୍ରାୟ ୩ହଜାରରୁ ଅଧିକ ବିଭିନ୍ନ ପ୍ରକାର ଗଛ ଲଗାଇ ଏ ସାମାଜ କୁ ଦେଇଛନ୍ତି ପ୍ରେରଣା ।ଅବସର ଶିକ୍ଷକଙ୍କ ନିଆରା ନିଶା । ନିଜର ଉଦ୍ୟମ ଓ ଚେଷ୍ଟା ବଳରେ ଆଜି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଶହ ଶହ ଗଛ ଲଗାଇ ଆଜି ସେ ଗଛ ମଣିଷ ଭାବେ ବେଶ ପରିଚିତ । ଏ ହେଉଛନ୍ତି ଗଛ ପ୍ରେମରେ ପାଗଳ କୁଳମଣୀ ସାର୍ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ତେଲଦୌଡି ଗ୍ରାମର କୁଳମଣୀ ବେହେରା । କୁଳମଣୀ ସାର୍ ଭାବେ ସେ ବେଶ ପରିଚିତ । କୁଳମଣୀ ସାର୍ ପାଠ ପଢ଼ାଇବା ସାଙ୍ଗକୁ ପିଲା ମାନଙ୍କୁ ଗଛ ଲଗାଇବା ପାଇଁ ଦେଇଥାନ୍ତି ପରାମର୍ଶ । ଗଛ ମଣିଷ ଭାବେ ସେ ବେଶ ପରିଚିତ ।

057 code kasam
Leave A Reply

Your email address will not be published.