ବିସ୍ଫୋରକ ଭ୍ୟାନ ଜବତ୍ ମାମଲାରେ ତଦନ୍ତ, ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା

ରାଉରକେଲା:  ରାଉରକେଲାର ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ଜବତ୍ ଦୁଇଟି ଏକ୍ସପ୍ଲୋସିଭ ଭ୍ୟାନ ସମ୍ପର୍କରେ ତଦନ୍ତକୁ ଜୋରଦାର କରିଛି ରାଉରକେଲା ପୋଲିସ୍ ।  ଗୋଟିଏ ଭ୍ୟାନର ଟ୍ରାନଜିଟ ପରମିଟ ନଥିବା ବେଳେ ଆଉ ଗୋଟିଏର ବନ୍ଦ ପଡିଥିବା ଶୁଭମ୍ ଏଗ୍ରିଗେଟ ନାମରେ ଜାଲ ଡକ୍ୟୁମେଣ୍ଟରେ ଏକ୍ସପ୍ଲୋସିଭ ଚାଲାଣ କରୁଥିବା ଜଣାପଡିଛି ।  ଏନେଇ ଡ୍ରାଇଭର ଏବଂ ମାଲିକ ଶ୍ରବଣ ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସଆଇଟି ଅଧକ୍ଷ ହରେକୃଷ୍ଣ ମାଝି ।

057 code kasam

ଶ୍ରବଣ ଅଗ୍ରୱାଲ ନାମରେ ମେସର୍ସ ଗର୍ଗ ବ୍ଲାଷ୍ଟ ସର୍ଭିସ୍ ର ଦୁଇଟି ଓ ପତ୍ନୀ ନିକିତା ଅଗ୍ରୱାଲଙ୍କ ନିକିତା ଏଣ୍ଟରପ୍ରାଇଜେସ ନାମରେ ଦୁଇଟି ଏକ୍ସପ୍ଲୋସିଭ ଗୋଦାମ ରହିଥିବା ବେଳେ କାହା ଗୋଦାମରୁ ବିସ୍ଫୋରକ ସାମଗ୍ରୀ କୁଆଡେ ଯାଉଥିଲା ତାର ତଦନ୍ତ କରୁଛି ଏସ ଆଇ ଟି ଟିମ୍ । ଏହି ମାମଲାରେ ନିକିତା ଅଗ୍ରୱାଲଙ୍କୁ ଗୋଦାମର ଷ୍ଟକ୍ ଓ ବିସ୍ଫୋରକ ସାମଗ୍ରୀ କେବେ କେଉଁଆଡେ କେତେ ପରିମାଣର ଯାଉଥିଲା ସେ ସମ୍ପର୍କରେ ପଚରାଉଚରା କରୁଛି ରଘୁନାଥ ପାଲି ଥାନା ପୋଲିସ୍ ।

057 code kasam
Leave A Reply

Your email address will not be published.