ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ

ଭୁବନେଶ୍ୱର : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଚଢ଼େୟା ପଲ୍ଲୀରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ଶାଳିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ । ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

057 code kasam

ଖବର ଅନୁଯାୟୀ, ଚଢ଼େୟା ପଲ୍ଲୀ ଗ୍ରାମର ବିଜୟଲକ୍ଷ୍ମୀ ତ୍ରିପାଠୀ ଘରେ ଥିଲେ ।  ଏହି ସମୟରେ ଭିଣୋଇ ହଠାତ୍‌ ଘର ଭିତରକୁ ପ୍ରବେଶ କରି ବିଜୟଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଅତି ବିଭତ୍ସ ଭାବେ ଶାଳୀକୁ ହତ୍ୟା କରିଛି ଭିଣୋଇ ।  ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଜମିଜମା ବିବାଦରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।  ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡିକାଲକୁ ପଠାଇଛି ।  ଶବ ବ୍ୟବଚ୍ଛେଦ ଏବଂ ପୋଲିସର ପ୍ରାଥମିକ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା ରହିଛି ।

057 code kasam
Leave A Reply

Your email address will not be published.