ଆଗାମୀ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ଜୁନ୍ ୨୦ ରୁ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଏହି ସିରିଜ ପୂର୍ବରୁ ଟିମର ସିନିଅର ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ସନ୍ନ୍ୟାସ ନେଇସାରିଛନ୍ତି । ରୋହିତ ସନ୍ନ୍ୟାସ ନେବା ପରେ ଶୁବମନ ଗିଲଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଟିମ୍ ଇଣ୍ଡିଆ ସ୍କ୍ବାର୍ଡରେ ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିଛି ।
ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି । ଏୟାରପୋର୍ଟରେ ଡ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ଶୁବମନ ଗିଲ, ପ୍ରସିଦ୍ଧ କ୍ରିଷ୍ଣା, ସାଇ ସୁଦର୍ଶନ, ୱାଂଶିଟନ ସୁନ୍ଦର, ମହମ୍ମଦ ସିରାଜ, ରିଷଭ ପନ୍ତ, ବୁମରା, କୁଲଦୀପ ଯାଦବ ନଜର ଆସିଛନ୍ତି ।
