ଶେଷ ମ୍ୟାଚରେ ବୈଭବ କଲେ ୫୭ ରନ୍, ଧୋନିଙ୍କ ପାଦ ଛୁଇଁ ଜିଣିନେଲେ ସମସ୍ତଙ୍କ ମନ

fulbani poura parisada

ଆଇପିଏଲ – ଆଇପିଏଲରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ୬ ୱିକେଟରେ ଜିତିନେଇଛି । ଏହି ମ୍ୟାଚ ସରିବା ପରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂ ଧୋନିଙ୍କ ପାଦ ଛୁଇଁଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଚଳିତ ସିଜିନରେ ଏହି ମ୍ୟାଚ ରାଜସ୍ଥାନର ଶେଷ ମ୍ୟାଚ ଥିଲା । ଚେନ୍ନାଇ ପ୍ରଥମ ବ୍ୟାଟିଂ କରି ୧୮୮ ରନ୍ ଟାର୍ଗେଟ ଦେଇଥିଲା । ଯାହାର ଜବାବର ରାଜସ୍ଥାନ ୧୮ ଓଭରରେ ୧୮୯ ରନ କରି ବିଜୟ ଲାଭ କରିଥିଲା । ଶେଷ ମ୍ୟାଚରେ ରାଜସ୍ଥାନ ଚେନ୍ନାଇକୁ ୬ ୱିକେଟରେ ହରାଇଥିଲା । ଏହି ସିଜିନରେ ରାଜସ୍ଥାନର ପ୍ରଦର୍ଶନ ଭଲ ନଥିଲା ସତ କିନ୍ତୁ ବୈଭବ ଏବଂ ଯଶସ୍ବୀ ସମସ୍ତଙ୍କ ମନ ଜିଣିନେଇଥିଲେ । ବୈଭବ ଏହି ସିଜିନରେ ଶତକ ମାରିଥିଲେ । ଏହି ମ୍ୟାଚରେ ବୈଭବ ୫୭ ରନ୍ କରିଥିଲେ । ବୈଭବ ୪ଟି ଚଉକା ଏବଂ ୪ଟି ଛକା ମାରିଥିଲେ । ମ୍ୟାଚ ସରିବା ପରେ ଧୋନିଙ୍କ ପାଦ ଛୁଇଁଥିଲେ ବୈଭବ, ଆଉ ବୈଭବଙ୍କୁ ଉଠାଇ କଥା ହୋଇଥିଲେ ଧୋନି ।

057 code kasam
Leave A Reply

Your email address will not be published.