ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ, ଭାରତୀୟ ୱିକେଟକିପର ଭାବେ ଟେଷ୍ଟରେ ସର୍ବାଧିକ ଶତକ

ଇଂଲଣ୍ଡ ବିପକ୍ଷ ଲିଡସରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ କମାଲ କରିଛନ୍ତି ରିଷଭ ପନ୍ତ। ଇଂଲଣ୍ଡ ବିପକ୍ଷରେ ଶତକ ଲଗାଇ ଧମାଲ କରିଛନ୍ତି । ଏହି ଇନିଂସ ସମୟରେ ପନ୍ତ ଏମଏସ ଧୋନିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି । ହେଡିଂଲେରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଶତକ ମାରିଛନ୍ତି ରିଷଭ ପନ୍ତ । ଧୋନି ଟେଷ୍ଟ କ୍ରିକେଟରେ ୬ଟି ଶତକ ମାରିଥିଲେ । କିନ୍ତୁ ପନ୍ତ ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ।

ପନ୍ତ ପ୍ରଥମ ଦିନର ଖେଳ ଶେଷ ହେବା ଯାଏଁ ୬୫ ରନ କରିପାରିଥିଲେ । ଏହି ଇନିଂସ ସମୟରେ ପନ୍ତ ଟେଷ୍ଟ କ୍ରିକେଟରେ ୩ ହଜାର ରନ କରିପାରିଥିଲେ । ଦ୍ବିତୀୟ ଦିନରେ ଖେଳ ଆରମ୍ଭ କରି ପନ୍ତ ଏଯାଏଁ ୧୨୯ ରନ୍ କରିଛନ୍ତି । ଏହି ଇନିଂସରେ ପନ୍ତ ୬ଟି ଛକା ମାରିଥିବା ବେଳେ ୧୨ଟି ଚଉକା ମାରିଛନ୍ତି ।

Umasankar Adv

ତେବେ ବର୍ତ୍ତମାନ ସୁଦ୍ଧା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ ୬ ୱିକେଟ ହରାଇ ୪୫୩ ରନ୍ କରିଛି । ଅଧିନାୟକ ଶୁବମନ ଗିଲ୍ ୧୪୭ ରନ୍ କରି ଆଉଟ୍ ହୋଇଛନ୍ତି ।  ରିଷଭ ପନ୍ତ ୧୩୪ ରନ୍ କରି ଆଉଟ୍ ହୋଇଛନ୍ତି ।

Leave A Reply

Your email address will not be published.