ସରକାରୀ ଜମିରେ ଥିବା ଶ୍ମଶାନକୁ ନେଇ ମରଣାନ୍ତକ ଆକ୍ରମଣ, ଜଣେ ଯୁବକ ଗୁରୁତର

ଭୁବନେଶ୍ୱର : ସରକାରୀ ଜମିରେ ଥିବା ଶ୍ମଶାନକୁ ନେଇ ମରଣାନ୍ତକ ଆକ୍ରମଣ । ଜଣେ ଯୁବକ ଗୁରୁତର ଆହତ । ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ଭଗବାନପୁର ସାହିରେ । ଦୀର୍ଘବର୍ଷ ଧରି ସାହି ଲୋକେ ଏଠାରେ ଶବଦାହ କରି ଆସୁଛନ୍ତି । ହେଲେ ଏକ ବିଲଡର ସଂସ୍ଥା ଏହି ସରକାରୀ ଜମିକୁ ଲାଗି ପ୍ଲଟ କିଣି ଆପାର୍ଟମେଣ୍ଟ ନିର୍ମାଣ କରୁଛନ୍ତି ।

ଉକ୍ତ ବିଲଡର ମାଲିକ ସମ୍ପୂର୍ଣ୍ଣ ସରକାରୀ ଜମି ଏବଂ ଶ୍ମଶାନକୁ ଜବରଦଖଲ କରୁଥିବା ନେଇ ଆଜି ସକାଳୁ ଦେଖା ଦେଇଥିଲା ଉତ୍ତେଜନା । ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ପୁରୁଷ ଏହାକୁ ବିରୋଧ କରିଥିଲେ । କିଛି ସମୟ ପରେ ଲୋକ ମାନେ ହାତରେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଣେ ଗୁରୁତରଙ୍କୁ ପୋଲିସ ସହାୟତାରେ ଚିକିତ୍ସା ପାଇଁ ପଠାଯାଇଛି ।

Umasankar Adv
Leave A Reply

Your email address will not be published.