ରଜ ମହୋଉତ୍ସବରେ ଋତୁସ୍ରାବକୁ ନେଇ ଜନସଚେତନତା

ପିରିଙ୍ଗି : ଆଋତୁସ୍ରାବକୁ ନେଇ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ପିରିଙ୍ଗିଆ ବ୍ଲକର ବନ୍ଧଗଡ ଭାରତ ନିର୍ମାଣ ରାଜୀବ ଆଵାସ କେନ୍ଦ୍ର ଓ ବୁରୁଙ୍ଗିଯୋଡ଼ି ଗ୍ରାମ ପଞ୍ଚାୟତର ଟିଟକାପଦର ଅଙ୍ଗନୱାଡି କେନ୍ଦ୍ରଠାରେ ଗ୍ରାମ ପଞ୍ଚାୟତ, ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ସହଯୋଗରେ ୮୦ରୁ ଉର୍ଦ୍ଧ ଭାଗିଦାରୀ ମୁଖ୍ୟତଃ ରୂପେ କିଶୋରୀ ବାଳିକା ଓ ମହିଳା ମାନଙ୍କମଧ୍ୟରେ ଵିଭିନ୍ନ ଖେଳ ଓ ଆଲୋଚନା ମାଧ୍ୟମରେ ମାସିକ ଋତୁସ୍ରାବକୁ ନେଇ ରହିଥିବା ଅନ୍ଧବିଶ୍ୱାସ ଦୂର କରିବା ଦିଗରେ, ସ୍ୱଛତାକୁ ଧ୍ୟାନ ଦେବା ଓ ବାଲ୍ୟବିବାହ ରୋକିବା ନେଇ ଜନ ସଚେତନତା କରାଯାଇଥିଲା | ଏହି କର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ମୁଖ୍ୟରୂପେ ବନ୍ଧଗଡ ଗ୍ରାମପଞ୍ଚାୟତର ନ୍ୟାୟବ ସରପଞ୍ଚ,ବନ୍ଧଗଡ ‘କ’ ଓ ‘ଖ’ ଓ ଟିଟକାପଦର ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟକର୍ତ୍ତା, ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋ ତନଭି,ପାୟଲ ଓ ପ୍ରତିନିଧି ବିଭୁତି ସହଯୋଗ କରିଥିଲେ |

Leave A Reply

Your email address will not be published.