ତୁମୁଡିବନ୍ଧରେ ସଚେତନ ରଥ ବିକାଶ ବାହାନ

ତୁମୁଡିବନ୍ଧ : ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତ କାର୍ଯ୍ୟ କରାଯାଇଛି ସେହି କାର୍ଯ୍ୟ ଗୁଡିକକୁ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସଚେତନ କରିବା ମୂଳ ଲକ୍ଷ ଅଟେ। ସେହି ପରି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁବାର ପୂର୍ବାହ୍ନ ୯ଘଣ୍ଟା ସମୟରେ ବ୍ଳକ କାର୍ଯ୍ୟାଳୟଠାରେ ସଚେତନ ରଥ ବିକାଶ ବାହାନକୁ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ପୂଜାର୍ଚ୍ଚନା କରି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମଟିକୁ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରି ହରପାଲ ପରିଚାଳନା କରିଥିଲେ। ସେହିପରି ତୁମୁଡିବନ୍ଧ ବ୍ଲକର ସହକାରୀ ଯନ୍ତ୍ରୀ କେଦାରନାଥ ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ପ୍ରଣୟ କୁମାର ମିଶ୍ର,ବି ପି ଏମ ଅକ୍ଷୟ କୁମାର ପ୍ରଧାନ, ଜି ପି ଓ ବିଘ୍ନେଶ୍ୱର ଦିଗଳ, ବି ଏସ ଏସ ଓ ସୌମ୍ୟ ରଞ୍ଜନ ସାହୁ, ବି ଏଲ ସି ବାଦଲ କୁମାର ପ୍ରଧାନ, ସଞ୍ଜୟ କୁମାର ପାତ୍ର,ସମସ୍ତ ଏମ ବି କେ ଓ ସି ଆର ପି ସି ଏମ ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ସଚେତନ ରଥ ବିକାଶ ବାହାନ ତୁମୁଡିବନ୍ଧ ବ୍ଲକର ୧୧ ଗୋଟି ପଞ୍ଚାୟତକୁ ଯାଇ ଚଳିତ ମାସ ୨୧ତାରିଖ ପର୍ଯ୍ୟନ୍ତ ବୁଲି ବୁଲି ସଚେତନ କରିବ। ଉଦଘାଟନ ପରେ କାର୍ଯ୍ୟ ସୂଚୀ ଅନୁସାରେ ଗୁରୁବାର ମୁଣ୍ଡିଗ ପଞ୍ଚାୟତକୁ ଗସ୍ତ କରି କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟ କରାଯାଇଛି। ସେହ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବନାଞ୍ଚଳ ଦ୍ୱାରା ବାଲିଗୁଡା ଡି ଏଫ ଓ ବିଶ୍ୱ ରଞ୍ଜନ ପଣ୍ଡା ଓ ବି ଡି ଓ ବନ ବିହାରୀ ହରପାଲଙ୍କ ଦ୍ୱାରା ୩୫୦ ଚାରା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ଯୋଜନା ଉପରେ ସଚେତନ କରିବା ହେଲା ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ବ୍ଳକ କାର୍ଯ୍ୟାଳୟ ତରଫରୁ ମନରେଗାର ଜବ କାର୍ଡ ଅନ୍ତୋଦ୍ୱୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ,ଭତ୍ତା ବଣ୍ଟନ, ତୁମୁଡିବନ୍ଧ ଗୋଷ୍ଠୀ ଜନ ସାସ୍ଥ୍ୟ ବିଭାଗ ପକ୍ଷରୁ ବୟୋବନ୍ଦନା ହେଲଥ କାର୍ଡ ,ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏଫ ଆର ଏ ରେ ପଟ୍ଟା ବଣ୍ଟନ ମଧ୍ୟ କରାଯାଇଛି ବୋଲି ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରପାଲ କହିଛନ୍ତି।

Leave A Reply

Your email address will not be published.