କଣ୍ଟାବାଞ୍ଜି: ରାସ୍ତା ଉପରେ ପଡିଛି ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଙ୍ଗୋମୁଣ୍ଡା ବସଷ୍ଟାଣ୍ଡ ନିକଟରେ । ବଙ୍ଗୋମୁଣ୍ଡା ଥାନା ପୁରୁଣା ବସଷ୍ଟାଣ୍ଡ ନିକଟ ଏକ ଦୋକାନ ନିକଟରେ ପଡିଛି ଅଜଣା ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ଜଣା ପଡିନଥିବାବେଳେ, ବଙ୍ଗୋମୁଣ୍ଡା ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଁଚିଛି । ପଚରାଉଚରା ସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍ । କିଭଳି ପରିସ୍ଥିତିରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ଚାଲିଛି । ଆଜି ସକାଳୁ ସ୍ଥାନୀୟ ଏକ ଚା ଦୋକାନୀ ଆସି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।