ଭୁବନେଶ୍ୱର – ହଠାତ୍ ଏଭଳି କିଛି ପାଟି ଶୁଭିଲା ରାସ୍ତା ଉପରେ । ଧର ଧର ପଳେଇ ଯାଉଛି…. ଏହା କହି ଯୁବକର ଗଞ୍ଜିକୁ ଟାଣି ଧରିଲେ ଜଣେ ମହିଳା’ ….ସେ କହୁଥାନ୍ତି…ରହ ରହ ତୁ କୁଆଡେ ଯିବୁ ? ଏହା କହି ଝିଅ ହାତକୁ ଟାଣି ଧରିଲା ବାପା,, ତୁ କଣ ବୁଢାଟା ଝିଅ ନେଇ କୁଆଡେ ଯାଉଛୁ ? ତୁ ଭାବିଛୁ ଏଠି ଆମେ ସବୁ ଗାଁରୁ ଆସିଛୁ, ତୁ ତ ଏକୁଟିଆ ଏଠି ମରଦ … ଝିଅଟାକୁ ନେଇ ପଳେଇବୁ ? ଧର ୟାକୁ ଥାନାରେ ଦେବା l ଝିଅକୁ ନେଇ ପଳାଉଛୁ ଚାଲ ଥାନାକୁ ….ଏମିତି ଅନେକ କଥା କହି ଚାଲିଲେ ଝିଅର ମା ବାପା l
ବିଚ୍ ରାସ୍ତାରେ ଅନେକ ସମୟ ଧରି ଚାଲିଲା ହାଇଡ୍ରାମା l ଏ ଦୃଶ୍ୟ ଥିଲା ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଘଟିଥିବା ଘଟଣାର । କିଛି ଲୋକ ରୁଣ୍ଡ ହେବା ପୂର୍ବରୁ ପୋଲିସ ପିସିଆର ପହଞ୍ଚିଥିଲା ଘଟଣା ସ୍ଥଳରେ l ତେବେ ଆସନ୍ତୁ ଜାଣିବା ଏତେ ବଡ଼ ଡ୍ରାମା ପଛରେ କାହାଣୀ କଣ ? ଏ ଘଟଣାଟି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି l

ସମୟ ଅପରାହ୍ନ । ଟିକେ ଭଲ ପାଗ ଦେଇଥାଏ l ରଜ ଆସର ମଧ୍ୟ ସରି ସରି ଆସୁଥାଏ l ସେତିକି ବେଳେ ଘଟିଲା ଏଇ ଘଟଣା । ବୟସରେ ବହୁତ ଫରକ ଥିଲେ ବି ଦୁହେଁ ଦୁହିଙ୍କୁ ଭଲ ପାଉଛନ୍ତି । ପ୍ରେମପକ୍ଷୀ ଦୁଇଜଣ ମଧ୍ୟରୁ ପ୍ରେମିକ ବୟସ ୪୫ ହୋଇଥିବା ବେଳେ ତାଙ୍କ ତୁଳନାରେ ପ୍ରେମିକାଙ୍କ ବୟସ ଖୁବ କମ୍ । ରଜର ମଉକା ପାଇ ପ୍ରେମିକ ଘଟଣା ଦିନ ଝିଅକୁ ନେଇ ପଳାଇ ଯାଉଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଛନ୍ତି ଝିଅର ବାପା ମା’ । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି କିଛି ଘଟଣା । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ଥାନୀୟ ପିସିଆର ଉପସ୍ଥିତିରେ ନାବାଳିକାକୁ ଉଦ୍ଧାର କରିଥିଲା । ସେପଟେ ଯୁବକ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।… ତେବେ ଘଟଣା ପଛରେ ଯାହା ଥାଉନା କାହିଁକି …ଏହାର କେହି ଭିଡିଓ କରି ଛାଡ଼ି ଦେଇଥିଲେ ଯେ ତାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।