ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟାକାଣ୍ଡ ଘଟଣା, ଦୁଇ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ

କଟକ : କଟକ ବକ୍ସିବଜାର ସି ଡି ଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟାକାଣ୍ଡ ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଙ୍ଗ ରେ ଲାଗିଥିବା ୬ ରୁ ଅଧିକ ସି ସି ଟିଭି ମଧ୍ୟରୁ ଅଧିକାଂଶ ଅଚଳ ଅବସ୍ଥାରେ ଥିବା ଜାଣିବାକୁ ପାଇଛି ତଦନ୍ତକାରି ଟିମ୍ । ତେବେ ଆଖ ପାଖ ଅଂଚଳର ସି ସି ଟିଭି ଯାଞ୍ଚ କରି କିଛି ସୁରାକ ପାଇବା ପରେ, ଗତକାଲି ରାତି ସୁଦ୍ଧା ୧୦ ଜଣ ପାଖାପାଖି ବ୍ୟକ୍ତିଙ୍କୁ ପଚରାଉଚରା କରି ସାରିଛି ପୋଲିସ।  ତେବେ ବର୍ତ୍ତମାନ ଏହି ଦୁଇ ଜଣକୁ ଅଟକ ରଖାଯାଇଥିବା ଜଣାପଡିଛି।

ଗତକାଲି ଅଶୋକ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ଦୁବୃର୍ତ୍ତ । ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରୁ ବିଛଣା ଉପରେ ଶୋଇ ଥିବା ଅବସ୍ଥାରେ ମିଳିଥିଲା ମୃତ ଦେହ। ବେକ, ତନ୍ତୀ ସହିତ ଶରୀରର ବିଭିନ୍ନ ଅଂଶ କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ ଦୁବୃର୍ତ୍ତ ।

Umasankar Adv
Leave A Reply

Your email address will not be published.