ଭଦ୍ରକ : ଭଦ୍ରକ ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ସ୍କୁଲ ଛୁଟି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଆସନ୍ତା ୨୩ ତାରିଖରେ ଜିଲ୍ଲାରେ ଖୋଲିବ ସ୍କୁଲ ଓ କଲେଜ । ଏହି ସମୟରେ ସ୍କୁଲ ଗୁଡିକର ପରିବେଶକୁ ସଫା ସୁତୁରା ରଖିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ବିଶୋଧନ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି କେନ୍ଦ୍ରୀୟ ଟିମ୍ ଭଦ୍ରକ ଜିଲ୍ଲା ଗସ୍ତ କରି ସମୀକ୍ଷା କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ଡାଇରିଆ ସ୍ଥିତିନେଇ ସମୀକ୍ଷା କରିଥିଲେ ।