ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ

ପୁରୀ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ନେଇ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁରୀ ଅଠରନଳା ନିକଟରେ ଥିବା ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ହସପିଟାଲ କର୍ତ୍ତୁପକ୍ଷଙ୍କ ଚିକିତ୍ସା ଅବହେଳା ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଛି । ଉତ୍ୟକ୍ତ ଲୋକ ତଦନ୍ତ କରି ନ୍ୟାୟ ପ୍ରଦାନ ଦାବିରେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ଖବର ଅନୁଯାୟୀ, ପୁରୀ ଅଠରନଳା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଏକ ମହିଳା ରୋଗୀ ଭର୍ତ୍ତି ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେହି ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହାପରେ ମୃତକଙ୍କ ସଂପକୀୟ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ଏପରିକି ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ରୋଗୀଙ୍କ ପରିବାର । ଉଭୟ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ପରିବାରକୁ ନ୍ୟାୟ ଦାବିରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଯାହାଫଳରେ ଉକ୍ତ ରାସ୍ତାରେ ଅନେକ ଗାଡ଼ିମୋଟର ଅଟକି ରହିଛି ।

Umasankar Adv
Leave A Reply

Your email address will not be published.