ଭୁବନେଶ୍ୱର ବଡ଼ଗଡ଼ ନିକଟରେ ଦୁର୍ଘଟଣା, କ୍ୟାପିଟାଲ ଥାନା ଇନ୍ସପେକ୍ଟର ଦୟା ନାୟକ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ନିକଟରେ ଦୁର୍ଘଟଣା । ଦୁର୍ଘଟଣାର ଶୀକାର ହେଲେ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଦୟା ନାୟକ । ବଡ଼ଗଡ଼ ଛକ ନିକଟରେ ଏକ ୱାଗନର ଗାଡି ଦ୍ରୁତ ଗତିରେ ଆସି ଦୟା ନାୟକଙ୍କ ସ୍କୁଟିକୁ ବାଡେ଼ଇଥିଲା । ଯାହାଫଳରେ ଗୁରୁତର ଅବସ୍ଥାରେ ଦୟାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୋଲିସ୍ ସୂଚନା ଅନୁସାରେ, ଗତକାଲି ଶନିବାର ମଧ୍ୟରାତ୍ରିରେ କ୍ୟାପିଟାଲ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟା ନାୟକ ଯେତେବେଳେ ନିଜ କାମ ସାରି ଥାନାରୁ ଘରକୁ ନିଜ ସ୍କୁଟି ଯୋଗେ ଫେରୁଥିଲେ, ସେତେବେଳେ ହଠାତ୍ ଜଣେ ମଦ୍ୟପ ଗାଡି ଚାଳକ ୱାଗନର ଆଣି ଇନ୍ସପେକ୍ଟର ଦୟା ନାୟକଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୟା ତଳେ ପଡିଯାଇଥିବାବେଳେ, ସ୍କୁଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।

Umasankar Adv

ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏପଟେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା କାର୍ ଆଉ ମଦ୍ୟପ ଚାଳକଙ୍କୁ ମଧ୍ୟ କାବୁ କରି ପୋଲିସର ଜିମା ଦେଇଥିଲେ ସ୍ଥାନୀୟ ଲୋକ ମାନେ । ଦୟା ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଟିକେ ସୁଧାର ଆସିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.