ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସମସ୍ତ ପ୍ରକାର ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି

ଅଘଟଣ ଶୂନ୍ୟ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସମସ୍ତ ଆୟୋଜନ କରାଯାଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇଛି । ଡ୍ରୋନ ଓ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି । NSG ଟିମ୍ ଓ ସ୍ନାଇପର ଟିମ୍ ମୁତୟନ ହେବେ । କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ଭାବିତ ଦଳାଚକଟା ସ୍ଥାନରେ ତୀକ୍ଷ୍ମ ନଜର ରଖାଯାଇଛି । ରଥଯାତ୍ରା ପାଇଁ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ମାତ୍ର ୫ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ରଥ ନିର୍ମାଣ ସହ ସେବାୟତଙ୍କ ସହ ନୀତିକାନ୍ତି ନେଇ ଆଲୋଚନା ସରିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ସମୀକ୍ଷା ବୈଠକରେ ଏହି  ସୂଚନା ଦେଇଥିଲେ । ସୁରକ୍ଷା ସଂପର୍କରେ ସୂଚନା ଦେଇ ଡିଜି କହିଥିଲେ ୨୭୫ଟି AI  କ୍ୟାମେରା ମୁତୟନ କରାଯିବ। ତ୍ରୁଟିଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ଓଡ଼ିଶା ପୋଲିସ ଜାଗ୍ରତ ଅଛି । ୩୬ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । କୁଇକ ରିଆକ୍ସନ୍ ଟିମ୍ ଓ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ ମୁତୟନ ହେବେ । ସମୁଦ୍ର ଓ ଆକାଶ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହେବେ । ସମୁଦାୟ ଟ୍ରାଫିକ ବ୍ୟବସ୍ଥା ୩ ଭାଗରେ ବିଭକ୍ତ କରାଯିବ । ରଥଯାତ୍ରା ପାଇଁ ପାଞ୍ଚ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ୩୯ଟି ଟ୍ରାଫିକ ପୋଷ୍ଟ ରହିବ ବୋଲି ଡିଜିପି ୱା.ବି.ଖୁରାନିଆ କହିଥିଲେ । ଅଘଟଣ ଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି l ଏଆଇ କ୍ୟାମେରା ଓ ଡ୍ରୋନ ବ୍ୟବହାର ଉପରେ ଗୁରୁତ୍ୱଆରୋପ କରାଯାଇଛି । ଦଳଚକଟା ଓ ଆତଙ୍କବାଦୀ ଅଘଟଣ ରୋକିବା ପାଇଁ ପ୍ରୟାସ କରାଯିବ l ନିଆଁ ଲାଗିବା,ଭିଡ଼ ନିୟନ୍ତ୍ରଣ ଓ ଗୁଜବ ରୋକିବା ପାଇଁ ପ୍ରୟାସ କରାଯିବ l ସମୁଦ୍ରକୁଳରେ ସୁରକ୍ଷା, କୋଷ୍ଟଗାର୍ଡ ମୁତୟନ ଓ ଆକାଶ ମାର୍ଗରେ ସୁରକ୍ଷା ପାଇଁ ପରାମର୍ଶ ରହିଛି । ହଇଜା ଓ ଝାଡ଼ାବାନ୍ତି ରୋକିବା ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ସହର ଭିତରେ ୬୯ ଟି ଫାଷ୍ଟ ଏଡ୍ ସେଣ୍ଟର ଓ ୬୪ଟି ଆମ୍ବୁଲାନ୍ସ ରହିବ । ୩୭୮ ଟି ସ୍ବତନ୍ତ୍ର ଡକ୍ଟର ଓ ଷ୍ଟାଫ ସହ ଏମ୍ସରୁ ସ୍ପେସିଆଲିଷ୍ଟ ଆସିବେ । ୨୬୮ଟି ଜରୁରୀକାଳୀନ ଶଯ୍ୟା ସହ ବର୍ଣ୍ଣ ୱାର୍ଡ ଡ଼ାଇରିଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ସରକାର ।

ରଥଯାତ୍ରା ପୂର୍ବରୁ ସେବାୟତଙ୍କ ସହ ସରକାର ଆଲୋଚନା କରିବାର ଆବଶ୍ୟକ ରହିଥିଲା କିନ୍ତୁ ତାହା ହୋଇପାରିନାହିଁ । ରଥ କାଠ ଅଭାବ ଆଗାମୀ ଦିନରେ ଆଗାମୀ ପିଢ଼ି ସମ୍ମୁଖୀନ ହେବ ତେଣୁ ବୃକ୍ଷ ରୋପଣ ହେବା ଆବଶ୍ୟକ ରହିଛି ।

Umasankar Adv
Leave A Reply

Your email address will not be published.