ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁର ଅଞ୍ଚଳରେ ଅସଦାଚରଣ ଅଭିଯୋଗ, ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ

ଯାଜପୁର : ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ ।  ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ ।  ଅଭିଯୋଗ ମୁତାବକ ଓଡିଶା ବୁଲିବାକୁ ଆସିଥିବା ଦିଲ୍ଲୀ ଯୁବତୀଙ୍କୁ ଦୁଇ ଜଣ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ ସାଗରପୁର ଗ୍ରାମର ଯୁବତୀ ତାଙ୍କ ବାପାଙ୍କ ଶ୍ରାଦ୍ଧ ପ୍ରଦାନ ପାଇଁ ଆସିଥିବା ବେଳେ ତାଙ୍କ ସହ ଆସିଥିଲେ ତାଙ୍କ ଦିଲ୍ଲୀ ବାନ୍ଧବୀ ।  ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେଯୁବତୀଙ୍କ ସହ ତାଙ୍କ ବାନ୍ଧବୀ ଓଡିଶା ବୁଲିବାକୁ ଆସିଥିଲେ ।  ଗତ କାଲି ସନ୍ଧ୍ୟା ସମୟରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ ପାଇଁ ଆସିଥିଲେ।

Umasankar Adv

ଦର୍ଶନ ସାରି  ବସ ଯୋଗେ ଘରକୁ ଫେଉଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଡାଉନ ପାଖରେ ଦୁଇ ଯୁବତୀଙ୍କୁ ଅନିଲ ଜେନା ଏବଂ ନୀତେଶ ଜେନା ନାମକ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।  ଏହି ଦୁଇ ଯୁବକ  ଯୁବତୀଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ର କୁ ଟଣା ଓଟରା କରଥିବା ଅଭିଯୋଗ ହେଇଛି ।  ଅଭିଯୋଗ ପରେ ଦଶରଥପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଅସାମାଜିକ ଯୁବକ ମାନଙ୍କୁ ଦଶରଥପୁର ପୋଲିସ ଧରିବାରେ ସମ୍ଭବ ହୋଇନାହିଁ ।

Leave A Reply

Your email address will not be published.