ପୁଅକୁ ପାସ କରେଇବାକୁ ଚାହୁଁଛନ୍ତି ? ତେବେ ୧୨ହଜାର ଟଙ୍କା ଦିଅନ୍ତୁ

ସୁବର୍ଣ୍ଣପୁର: ପୁଅକୁ ପାସ କରେଇବାକୁ ଚାହୁଁଛନ୍ତି ? ତେବେ ୧୨ହଜାର ଟଙ୍କା ଦିଅନ୍ତୁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଛାତ୍ର ଛାତ୍ରୀଙ୍କୁ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପରୀକ୍ଷାରେ ପାସ କରାଇବା ପାଈଁ ବଟାନି ଅଧ୍ୟାପକ ରୋହିତ ଧରୁଆ ଜଣେ ଛାତ୍ରର ଅଭିଭାବକଙ୍କୁ ଟଙ୍କା ମାଗିଥିବା ଫୋନ ରେକର୍ଡ ଲାଗିଛି ଆମ ହାତରେ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ର  । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଫାଇନାଲ ପରୀକ୍ଷାରେ ବୋର୍ଡକୁ ପଇସା ଦେଇ ପାସ କରାଇବା ପାଈଁ ଛାତ୍ର ଛାତ୍ରୀଙ୍କୁ ୧୨ହଜାର ଟଙ୍କା ଲେଖାଏଁ ମଗାଯାଇଥିବା କହିଛନ୍ତି ଜଣେ ଛାତ୍ର ।

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିବା ସହ ମାଗଣାରେ ଉତ୍ତମ ଶିକ୍ଷାଦାନ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଯେଉଁ ମଣିଷ ତିଆରି କାରଖାନାରେ ଉତ୍ତମ ଶିକ୍ଷାଦାନ ଦ୍ଵାରା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ହୋଇଥାଏ ସେହି ମନ୍ଦିରରେ ବି ଟଙ୍କାର କାରବାର ହେଇଥିବା ଜଣାପଡୁଛି । ସିଦ୍ଧାର୍ଥ ଜୁନିଅର କଲେଜର ବଟାନି ଅଧ୍ୟାପକ ରୋହିତ ଧରୁଆ ଜଣେ ଛାତ୍ରର ଅଭିଭାବକଙ୍କୁ ଫୋନରେ ଟଙ୍କା ମାଗୁଥିବା କଥା ବାର୍ତ୍ତା ଅଡିଓ ରେକର୍ଡ ମିଳିବା ସହିତ ନିଜେ ଛାତ୍ର ମଧ୍ୟ ଟଙ୍କା ମଗାଯାଇଥିବା କହିଛନ୍ତି । ସିଦ୍ଧାର୍ଥ ଜୁନିଅର କଲେଜ ବଟାନି ଅଧ୍ୟାପକ ରୋହିତ ଧରୁଆ ଏବଂ ଜଣେ ଛାତ୍ରର ଅଭିଭାବକଙ୍କ କଥାବାର୍ତ୍ତା ଅଭିଭାବକ ଜଣକ ନିଜ ଫୋନ ରେ ରେକଡ୍ କରିଥିଲେ । ଚାଲନ୍ତୁ ପ୍ରଥମେ ସେହି ଫୋନରେ କଥା ହୋଇଥିବା ରେକର୍ଡ଼ ଶୁଣିବା ।

Umasankar Adv

ଅଡିଓ ରେକର୍ଡରେ ସ୍ପଷ୍ଟ ଭାବରେ ବଟାନି ଅଧ୍ୟାପକ ରୋହିତ ଧରୁଆ କହୁଛନ୍ତି, ସମସ୍ତ ଛାତ୍ର ଛାତ୍ରୀଙ୍କ ପାଖରୁ ବିଜ୍ଞାନ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଫାଇନାଲ ପରୀକ୍ଷାରେ ପାସ କରାଇବା ପାଈଁ ୧୨ହଜାର ଟଙ୍କା ଲେଖାଏଁ ମଗାଯାଇଛି । ତେଣୁ ଆପଣଙ୍କ ପୁଅ ଆମକୁ ପୂର୍ବରୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ ପରେ ସାତ ହଜାର ଟଙ୍କା ଦେବି ବୋଲି କହିଥିଲେ । ଅଧ୍ୟାପକଙ୍କୁ ଅଭିଭାବକ ଏକ ପ୍ରଶ୍ନ ପଚାରିଥିଲେ ଯେ, ଆପଣ ଟଙ୍କା ନେଇ କିଛି ରସିଦ ଦେଉଛନ୍ତି କି ? ଏତିକିବେଳେ ଅଧ୍ୟାପକ ସ୍ପଷ୍ଟ ଭାବରେ କହିଛନ୍ତି ଆମେ କୌଣସି ରସିଦ ଦେଉନାହୁଁ । ଏନେଇ ଅଧ୍ୟାପକଙ୍କୁ ପଚାରିବାରୁ ଅଧ୍ୟାପକ ସଫା ସଫା ମନା କରିଦେଇଥିବା ବେଳେ ମୋ ଫୋନ ରୁ ଅନ୍ୟକେହି କରିଥିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟପଟେ କିନ୍ତୁ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ପଚାରିବାରୁ ଏ ଉପରେ ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି । ଅଧ୍ୟାପକ କିମ୍ବା ଅଧ୍ୟୟନ କରୁଥିବା କୌଣସି ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକ ମଧ୍ୟ ଅଭିଯୋଗ କରିନାହାନ୍ତି । କଲେଜରେ ଲାଗିଥିବା ସିସିଟିଭି ନଜରରେ ଦେଖାଯାଉଛି ପରୀକ୍ଷା ସୂଚାରୁରୁପେ ହୋଇଛି ଏପରିକି ପରୀକ୍ଷାର ବିଭିନ୍ନ ଦିନ ଗୁଡ଼ିକରେ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରି ପତିଦର୍ଶନରେ ଆସି ଦେଖିଥିବା କହିଛନ୍ତି ଅଧ୍ୟକ୍ଷା । ଫୋନ ରେକର୍ଡ଼ର ସତ୍ୟାସତ୍ୟ ଜଣାପଡ଼ିଲେ ଏବଂ ଯଦି ବଟନି ଅଧ୍ୟାପକ ଟଙ୍କା ମାଗିଥିବେ ତାହେଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷା ।

ତେବେ ବିଦ୍ୟାର ମନ୍ଦିରରେ ଏପରି ପିଲାଙ୍କୁ ପଇସା ନେଇ ପାସ କରିବା କେତେଦୂର ଯୁକ୍ତି ଯୁକ୍ତ ଏବଂ ଖବର ପ୍ରସାରଣ ପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.