‘ଲଭର୍ସ ପଏଣ୍ଟ’ଗୁଡ଼ିକର ସୁରକ୍ଷା ବୃଦ୍ଧି କରିଛନ୍ତି ସରକାର : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସରକାରଙ୍କୁ ଲଭର୍ସ ପଏଣ୍ଟ ସୁରକ୍ଷା ଚିନ୍ତା ।  ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ବସିଲାଣି ଦୁଇ ଦୁଇ ଥର ବୈଠକ।  ଆଜି ଏମିତି ସୂଚନା ଦେଇଛନ୍ତି ପର୍ଯ୍ୟଟନ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ମନ୍ତ୍ରୀ କହିଛନ୍ତି, ଗୋପାଳପୁର ଘଟଣା ପରେ ପ୍ରଥମ ଥର ଲାଗି ରାତିକ ଭିତରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଟିଆଇ ପ୍ୟାରେଡ କରାଯାଇଛି। ଆଇନ ତା କାମ କରୁଛି। ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ ଲଭର୍ସ ପଏଣ୍ଟ ଅଛି , ତାହାର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ସେଥିପାଇଁ ଦୁଇଥର ବୈଠକ ମଧ୍ଯ ବସିସାରିଛି ।

Umasankar Adv
Leave A Reply

Your email address will not be published.