ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଓ ୫୦ ହଜାର ଜରିମାନା ଦଣ୍ଡାଦେଶ

ମୟୂରଭଞ୍ଜ : ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ।  ଏଥି ସହିତ ୫୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୬ ମାସ ଅଧିକ କାରା ଦଣ୍ଡାଦେଶ ଶୁଣାଇଛନ୍ତି  ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ପୋକସୋ କୋର୍ଟର ବିଚାରପତି ପ୍ରତିମା ପାତ୍ର।

ବାରିପଦା ସଦର ଥାନା ଅନ୍ତର୍ଗତ ପାଇକବସା ଅଞ୍ଚଳର ବାପୁନ ମହାନ୍ତକୁ ଦଣ୍ଡାଦେଶ।   ୨୦୧୮ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବାପୁନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାରିପଦା ସଦର ଥାନା ପୋଲିସ।

Umasankar Adv
Leave A Reply

Your email address will not be published.